fbpx

ଖୁସିଖବର! ସରକାରୀ କର୍ମଚାରୀଙ୍କୁ ମିଳିପାରେ ଘରେ କାମ କରିବାର ବିକଳ୍ପ

କରୋନା ଭାଇରସ୍ କାରଣରୁ ସାରା ଦେଶରେ ବହୁ ଅଫିସ୍ ବନ୍ଦ ପଡିଛି । ସରକାରୀ ଅଫିସରେ ବହୁ କମ୍ ସଂଖ୍ୟକ ଲୋକ କାମରେ ଯାଉଛନ୍ତି । କେବଳ ଜରୁରି ସେବା ଯୋଗାଉଥିବା ଅଫିସ ଖୋଲା ରହିଛି । ବହୁ ପ୍ରାଇଭେଟ୍ ଅଫିସର କର୍ମଚାରୀ ଏହି ସମୟରେ ୱାର୍କ ଫର୍ମ ହୋମ୍ ବା ଘରେ ବସି କାମ କରୁଛନ୍ତି । ଏହାରି ମଧ୍ୟରେ ସରକାରୀ ଅଫିସରେ କାମ କରୁଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ସେମାନଙ୍କ ପାଇଁ ଘରେ ରହି କାମ କରିବାର ବିକଳ୍ପ ଉପରେ ସରକାର ବିଚାର କରୁଛନ୍ତି । ସରକାର ୱାର୍କ ଫର୍ମ ହୋମକୁ ନେଇ ଏକ ଡ୍ରାଫ୍ଟ ପେପର ପ୍ରସ୍ତୁତ କରିଛନ୍ତି । ଏହା ଅନୁଯାୟୀ, ସରକାରୀ ଅଫିସରରେ କାମ କରୁଥିବା କର୍ମଚାରୀଙ୍କୁ ୧୫ ଦିନ ଘରେ ରହି କାମ କରିବାକୁ ଅନୁମତି ମିଳିବ । କରୋନାର ମୁକାବିଲା କରିବା ପାଇଁ ସାମାଜିକ ଦୂରତା ଅବଲମ୍ବନ କରିବା ସହ କାର୍ଯ୍ୟ ସୂଚୀରେ ଅନେକ ପରିବର୍ତ୍ତନ କରିବାକୁ ପଡିବ ।

Get real time updates directly on you device, subscribe now.