fbpx

ଘନୀଭୂତ ହେବାରେ ଲାଗିଛି ଲଘୁଚାପ, ୧୮ ଓ ୧୯ରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୪ା୫(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପାଇଁ ରାଜ୍ୟରେ ଦୁଇ ଦିନ ପ୍ରବଳ ବର୍ଷା ହେବ । ୧୮ ଓ ୧୯ରେ ରାଜ୍ୟରେ  ପ୍ରବଳରୁୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ ।  ୧୮ ଓ ୧୯ତାରିଖ ଆଡ଼କୁ ଘନୀଭୂତ ହେଉଥିବା ଲଘୁଚାପ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲ ମାର୍କ ଲୋପ୍ରେସରରେ ପରିଣତ ହୋଇଥିବା ନେଇ ସୂଚନା ମିଳିଛି । ଲଘୁଚାପ ଦକ୍ଷିଣ ପୂର୍ବ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗରରେ କେନ୍ଦ୍ରଭୂତ ହୋଇଛି ।  ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି ।  ଦକ୍ଷିଣ ବଙ୍ଗୋପସାଗରରେ କେନ୍ଦ୍ରୀୟ ଭାଗରେ ଅବପାତର ରୂପ ନେବା ଆଶଙ୍କା ରହିଛି ।  ୧୬ତାରିଖ ଦିନ ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ ।  ୧୭ତାରିଖ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ବାତ୍ୟା ଗତି କରିବା ନେଇ ପୂର୍ବାନୁମାନ କରାଯାଇଛି ।  ପରେ ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ଯଦି ସାମୁଦ୍ରିକ ଝଡ଼ ପୁଣି ଗତି ପରିବର୍ତ୍ତନ କରି ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ମୁହାଁଏ ତେବେ ଓଡ଼ିଶା ଆଡ଼କୁ ଏହି ବାତ୍ୟା ମୁହଁଇବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.