fbpx

ଇସ୍ରାଏଲ୍-ହାମାସ୍ ଯୁଦ୍ଧ ମଧ୍ୟରେ X ର ବଡ ଆକ୍ସନ, ଆତଙ୍କବାଦୀ ସଂଗଠନ ସହ ଜଡିତ ଅନେକ ଆକାଉଣ୍ଟକୁ କରାଗଲା ବନ୍ଦ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେଉଛି । ଏଥିରେ ଏପର୍ଯ୍ୟନ୍ତ ୨୮୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ବହୁ ଶିଶୁ ଏବଂ ବୃଦ୍ଧ ଅନ୍ତର୍ଭୁକ୍ତ ଅଛନ୍ତି । ଏହି ଯୁଦ୍ଧରେ ଅନେକ ଇସ୍ରାଏଲ ପକ୍ଷରେ ଅଛନ୍ତି ତ ଅନେକ ହମାସ ପରି ଆତଙ୍କବାଦୀ ସଂଗଠନ ପକ୍ଷରେ ଅଛନ୍ତି । ହମାସ ପକ୍ଷରେ ଥିବା ଲୋକେ ହମାସକୁ ସ୍ୱାଧୀନତା ସଂଗ୍ରାମୀ ଭାବେ ପ୍ରମାଣିତ କରିବା ପାଇଁ ସୋସିଆଲ ମିଡିଆରେ ଆନ୍ଦୋଳନ ଚଲାଇଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏକ ବଡ଼ ଏହା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ୟୁରୋପିଆନ ୟୁନିଅନ ପକ୍ଷରୁ ମିଳିଥିବା ଚେତାବନୀ ପରେ ଏକ୍ସ ହମାସ ସହ ଜଡିତ ୧୦୦ ରୁ ଅଧିକ ଆକାଉଣ୍ଟକୁ ବନ୍ଦ କରିଦେଇଛି । ଏନେଇ ଏକ୍ସର ସିଇଓ ଲିଣ୍ଡା ୟାକାରିନୋ କହିଛନ୍ତି ଯେ, ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ ପରେ ବହୁ ଆକାଉଣ୍ଟକୁ ବନ୍ଦ କରାଯାଇ ସେମାନଙ୍କ କଣ୍ଟେଣ୍ଟ ଲେବଲକୁ ବନ୍ଦ କରାଯାଇଛି । ଲିଣ୍ଡା କହିଛନ୍ତି ଯେ, ସମସ୍ତ ଆକାଉଣ୍ଟ ଇସ୍ରାଏଲ ଉପରେ ଆକ୍ରମଣ କରୁଥିବା ଆତଙ୍କବାଦୀ ସଂଗଠନ ହମାସ ସହିତ ଜଡିତ । ସେମାନେ ସମସ୍ତେ ହଜାର ହଜାର ମିସଲିଡିଙ୍ଗ କଣ୍ଟେଣ୍ଟକୁ ସୋସିଆଲ ମିଡିଆରେ ସେୟାର କରୁଥିଲେ ।

ଇସ୍ରାଏଲ ଉପରେ ଆକ୍ରମଣ ପରେ ହମାସକୁ ସମର୍ଥନ କରୁଥିବା ଲୋକେ ଏକ୍ସରେ ଅନେକ ଆପତ୍ତିଜନକ ଫଟୋ ଏବଂ ଭିଡିଓ ଭାଇରାଲ କରିଥିଲେ । ଏପରି ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ ଅତଙ୍କବାଦୀ ଲୋକମାନଙ୍କୁ ହତ୍ୟା କରୁଥିବା ଦେଖିବାକୁ ମିଳିଛି । ଏନେଇ ୟୁରୋପୀୟ ୟୁନିୟନର ଚିଫ ଥିୟରୀ ବ୍ରେଟନ, ମସ୍କଙ୍କୁ କହିଥିଲେ ଯେ, ୨୪ ଘଣ୍ଟା ମଧ୍ୟରେ ଆକ୍ସନ ନେବାକୁ କହିଥିଲେ । ଇୟୁ ଡିଜିଟାଲ ସର୍ଭିସେସ ଆକ୍ଟ ଦ୍ୱାରା ନୂଆ ନିୟମ ଲାଗୁ କରିଛନ୍ତି । ଯଦି ଏହି ନିୟମକୁ କୌଣସି ସୋସିଆଲ ମିଡିଆ ପ୍ଲାଟଫର୍ମ ଅମାନ୍ୟ କରେ ତେବେ ତାକୁ ଜରିମାନା ସହ ବ୍ୟାନ କରାଯିବ । ଏହି ଚେତାବନୀ ପରେ ଏକ୍ସ ଏହି ପଦକ୍ଷେପ ନେଇଛି ।

Get real time updates directly on you device, subscribe now.