fbpx

ପୂର୍ବ ବିଜ୍ଞପ୍ତି ପ୍ରତ୍ୟାହାର କଲା ପରିବହନ ବିଭାଗ: ଏଣିକି ASI ଓ ତାଙ୍କ ତଳ ପାହ୍ୟା କର୍ମଚାରୀ ଟ୍ରାଫିକ ଚାଲାଣ କାଟି ପାରିବେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ରାସ୍ତାଘାଟରେ ଯାନବାହାନ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଟ୍ରାଫିକ ସମସ୍ୟା ଅନିୟନ୍ତ୍ରିତ ହେଉଛି । ଟ୍ରାଫିକ ଭିଡ଼ କାରଣରୁ ଅନେକ ସମୟରେ ଆମ୍ବୁଲାନ୍ସ ଯିବାଆସିବା ଭଳି ଜରୁରୀ କାର୍ଯ୍ୟରେ ସମସ୍ୟା ସୃଷ୍ଟି ହୋଇଥାଏ । ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣାକୁ ଦୂର କରିବା ପାଇଁ ନିୟମିତ ଭାବେ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବା ସହିତ ଉଲ୍ଲଂଘନକାରୀଙ୍କ ଠାରୁ ଫାଇନ୍ ଆଦାୟ କରାଯାଉଛି ।

ତେବେ ଏହା ମଧ୍ୟରେ ଟ୍ରାଫିକକୁ ନେଇ ଆସିଛି ଏକ ବଡ଼ ଖବର । ଏଣିକି ସହକାରୀ ସବଇନ୍ସପେକ୍ଟର (ଏଏସଆଇ) ବା ତାଙ୍କଠାରୁ ତଳ ପାହ୍ୟାର ପୋଲିସ କର୍ମଚାରୀମାନେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଚାଲାଣ କାଟି ପାରିବେ ନାହିଁ । ପୂର୍ବରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ରାଜ୍ୟ ସରକାର ପ୍ରତ୍ୟାହାର କରିଛନ୍ତି । ତେଣୁ ଏହି ନୂଆ ନିୟମ ବିଷୟରେ ଏବେ ସମସ୍ତେ ଅବଗତ ହେବା ଆବଶ୍ୟକ ।

ସୂଚନାଯୋଗ୍ୟ ଯେ, ଟ୍ରାଫିକ ଚାଲାଣକୁ ନେଇ ପୂର୍ବରୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଏସଆଇ ଓ ତାଙ୍କଠାରୁ ତଳ ପାହ୍ୟା ଅର୍ଥାତ କନଷ୍ଟେବଳ ଓ ହାବିଲଦାର ଆଦି କର୍ମଚାରୀମାନେ ମୋଟର ଆଇନ (ଏମଭି (ଏମଭି ଆକ୍ଟ)ରେ ଚାଲାଣ କାଟିପାରିବେ ବୋଲି କୁହାଯାଇଥିଲା । ଭୁବନେଶ୍ୱର ଓ କଟକ ଅଞ୍ଚଳରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହାକୁ ଲାଗୁ କରାଯାଇଥିଲା । ସେହି ଅନୁସାରେ ଗ୍ରାଜୁଏଟ୍ କନଷ୍ଟେବଳଙ୍କୁ ପ୍ରାଥମିକ ଭାବେ ଏହି କ୍ଷମତା ଦିଆଯାଇଥିଲା । ତେବେ ଏଭଳି କୌଣସି ନିୟମ ନଥିବା ନେଇ ପରବର୍ତ୍ତୀ ସମୟରେ ଜଣାପଡ଼ିବା ପରେ ବିଭାଗ ପକ୍ଷରୁ ତାହାକୁ ପ୍ରତ୍ୟାହାର କରି ନିଆଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.