fbpx

୨୦୨୬ରୁ ପୃଥିବୀରେ ଆରମ୍ଭ ହୋଇଯିବ ମାନବର ବିଲୁପ୍ତ ପ୍ରକ୍ରିୟା, ୩୦୦ ବର୍ଷ ଭିତରେ ବଦଳିଯିବ ଦୁନିଆର ଚିତ୍ର

ନୂଆଦିଲ୍ଲୀ:ବିିଶ୍ୱରେ ବୃଦ୍ଧି ପାଉଥିବା ଜନସଂଖ୍ୟା ଏବେ ମାତ୍ର କିଛି ଦେଶ ଲାଗି ଚିନ୍ତାର କାରଣ ହୋଇ ରହିଛି । କିନ୍ତୁ ନିକଟରେ ମିଳିଥିବା ତଥ୍ୟରୁ ଜଣାଯାଇଛି ଏହି ବୃଦ୍ଧି ହାର କମିବାରେ ଲାଗିଛି । ଆଗାମୀ କିଛିଦିନ ମଧ୍ୟରେ ଏହା ଆହୁରି ହ୍ରାସ ପାଇବ ଓ ଏହାପରେ ଜନସଂଖ୍ୟା ହ୍ରାସ ଘଟିବା ଆରମ୍ଭ ହୋଇଯିବ । ମିଳିଥିବା ରିପୋର୍ଟ ଅନୁସାରେ ଆଗାମୀ ୩୦୦ ବର୍ଷ ମଧ୍ୟରେ ସାରା ବିଶ୍ୱରେ ଜନସଂଖ୍ୟା ଏକ ଚତୁର୍ଥାଂଶ ହ୍ରାସ ପାଇବ । ଏବେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ଥିବା ବେଳେ ଏହା ହ୍ରାସ ପାଇ ୨୦୦କୋଟି ହୋଇଯିବ । ଯେତେବେଳେ ଜନସଂଖ୍ୟା ହ୍ରାସ ପାଇବ ସେତେବେଳେ ଅର୍ଥନୀତି ବି ସଂକୁଚିତ ହୋଇଯିବ । ସାରା ବିଶ୍ୱରୁ ଏହି ତଥ୍ୟ ବୈଜ୍ଞାନିକଙ୍କୁ ଚିନ୍ତିତ କରିଛି ।

ବିଶେଷଜ୍ଞଙ୍କ ମତରେ ୨୦୫୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ଏହାର ଶିଖରରେ ପହଞ୍ଚିବ । ଏହା ପ୍ରାୟ ୧୦୦୦କୋଟିରେ ପହଞ୍ଚିବ । ଟେକ୍ସାସ ୟୁନିଭରସିଟିର ପପୁଲେସନ ରିସର୍ଚ୍ଚ ସେଣ୍ଟରର ଡିନ୍‌ଙ୍କ ମତରେ ଆଗାମୀ ପିଢି ଜନସଂଖ୍ୟା ହ୍ରାସକୁ ଅନୁଭବ କରିବେ । ବିଶେଷଜ୍ଞଙ୍କ ମତ ଏବେ ସମଗ୍ର ବିଶ୍ୱରେ ଟୋଟାଲ ଫର୍ଟିଲିଟି ରିପ୍ଲେସମେଣ୍ଟ ଅର୍ଥାତ୍ (TRF) ୨.୧ ଯାହା ୨୦୨୬ରେ ହ୍ରାସ ପାଇ ୨.୦ ହୋଇଯିବ । ଏହାର ଅର୍ଥ ହାରାହାରି ଦୃଷ୍ଟିରୁ ଦେଖିଲେ ପ୍ରତି ମାତାପିତାଙ୍କର ୨ଟି ସନ୍ତାନ ରହିବେ ଯାହା ଏବେ ସାମାନ୍ୟ ଅଧିକ ରହିଛି ।

ବିଶ୍ୱର ବହୁ ବୃହତ୍ତ ଅର୍ଥନୀତି ବିଶିଷ୍ଟ ଦେଶରେ ଟିଆରଏଫ୍ ବହୁ ପୂର୍ବରୁ ୨.୦ରୁ ତଳକୁ ଆସିସାରିଲାଣି । ଭାରତର ଟିଆର୍‌ଏଫ୍ ତ ଏବେ ୧.୮ ରହିଛି । ଏହି ହିସାବରେ ଦେଶରେ ବୟସ୍କଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିବ । ଭାରତରେ ମେଡିଆନ୍ ଏଜ୍ ୨୮ ବର୍ଷ ଅଟେ । ଏହି ଦୃଷ୍ଟିରୁ ଭାରତରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ଅଧିକ । କିନ୍ତୁ ଏହା ୨୦୪୮ ବେଳକୁ ୪୦ ବର୍ଷ ହୋଇଯିବ । ଏହି ହିସାବରେ ବିଶ୍ୱରେ ବଡ ପରିବର୍ତ୍ତନ ଆରମ୍ଭ ହୋଇଯିବ ଯାହା ମାନବର ଅସ୍ତିତ୍ୱ ଲାଗି ବିପଦ ସୃଷ୍ଟି କରିବ ।

ବିଶେଷଜ୍ଞଙ୍କ ଦୃଷ୍ଟିରୁ ୨୦୨୬ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ସମୟ । ବହୁ ବଡ ବଡ ଦେଶରେ ଟିଆରଏଫ୍ ପୂର୍ବରୁ ବହୁତ କମ୍ ରହିଛି । ୫ କୋଟିରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୨୯ ଦେଶରେ ଟିଆରଏଫ୍ ୨.୧ରୁ କମ୍ ରହିଛି । ଭାରତ, ଚୀନ୍‌, ଆମେରିକା ପରି ଦେଶରେ ଏହା ୨.୧ରୁ କମ୍ ରହିଥିବା ବେଳେ ବାଙ୍ଗଲାଦେଶ, ଭିଏତନାମରେ ୧.୭, କଲୋମ୍ବିଆ, ଇରାନ, ବ୍ରାଜିଲରେ ୧.୪ ଓ ଇଟାଲୀରେ ୧.୦ ରହିଛି ।

Get real time updates directly on you device, subscribe now.