ପ୍ରତି ବର୍ଷ ଡ଼ିସେମ୍ବର ୧ରେ ବିଶ୍ୱ ଏଡ୍ସ୍ ଦିବସ ପାଳନ କରାଯାଏ । ଏକ୍ୱାୟର୍ଡ଼ ଇମ୍ୟୁନୋ ଡେଫିସିଏନ୍ସି ସିଣ୍ଡ୍ରୋମ(ଏଡ୍ସ୍) ବିଷୟରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନ କରିବାର ମୂଳ ଉଦ୍ଦେଶ୍ୟ । ୧୯୮୮ ମସିହା ଡ଼ିସେମ୍ବର ୧ ରେ ପ୍ରଥମ ଥର ପାଇଁ ବିଶ୍ୟ ଏଡ୍ସ ଦିବସ ପାଳନ କରାଯାଇଥିଲା । ସମାଜରେ ଏଡ୍ସ୍ ରୋଗୀଙ୍କୁ ଘୃଣ୍ୟ ଦୃଷ୍ଟିରେ ଦେଖାଯାଏ । ସମାଜର ଏହି ମାନସିକତା କାରଣରୁ ଏଡ୍ସ ରୋଗୀର ଜୀବନ କଷ୍ଟକର ହୋଇପଡ଼େ । ଆଜି ବି ଲୋକମାନେ ଖୋଲାଖୋଲି ଭାବେ ଏଡ୍ସ ବିଷୟରେ କଥା ହେବାକୁ ଲାଜ କରନ୍ତି । ପ୍ରତି ବର୍ଷ ଏଡ୍ସ୍ ବିଷୟରେ ଭ୍ରାନ୍ତ ଧାରଣା ଓ ସଚେତନତା ଅଭାବବୁ ଅନେକ ଲୋକଙ୍କ ଅକାଳରେ ମୃତ୍ୟୁ ହୋଇଥାଏ ।
ଚଳିତ ବର୍ଷ ବିଶ୍ୱ ଏଡ୍ସ୍ ଦିବସର ଥୀମ୍ ହେଉଛି –‘ଲେଟ୍ କମୁୁ୍ୟନିଟିସ୍ ଲିଡ଼୍’(Let Communities Lead) । ହ୍ୟୁମାନ୍ ଇମ୍ୟୁନୋ ଡେଫିସିଏନ୍ସି ଭାଇରସ(ଏଚ୍ଆଇଭି) ଦ୍ୱାରା ଜଣେ ବ୍ୟକ୍ତିକୁ ଏଚ୍ଆଇଭି ଏଡ୍ସ୍ ହୋଇଥାଏ । ଏହା ସଂକ୍ରମିିତ ବ୍ୟକ୍ତିର ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ କରିଦିଏ । ଏହି ସଂକ୍ରମଣରେ ଭାଇରସ ୩ଟି ପର୍ଯ୍ୟାୟ ଦେଇ ଗତି କରିଥାଏ । ପ୍ରଥମେ ଏକ୍ୟୁଟ୍ ଏଚ୍ଆଇଭି ଇନ୍ଫେକସନ, ଦ୍ୱିତୀୟରେ କ୍ରୋନିକ୍ ଏଚ୍ଆଇଭି ଇନ୍ଫେକସନ୍ ଏବଂ ତୃତୀୟରେ ଯଦି ଏହାର ଚିକିତ୍ସାରେ ବିଳମ୍ବ ହୁଏ ଏକ୍ୱାୟର୍ଡ଼ ଏଚ୍ଆଇଭି ସଂକ୍ରମଣ ହୋଇଥାଏ । ଏହି ଚରଣରେ ବ୍ୟକ୍ତିର ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ । ପ୍ରଥମରୁ ଏଚ୍ଆଇଭିର ଲକ୍ଷଣ ଚିହ୍ନଟ ହେଲେ ଚିକିତ୍ସା ସହଜରେ କରାଯାଇପାରିବ ।
ତେବେ ଆସନ୍ତୁ ଜାଣିବା ଏଚ୍ଆଇଭିର ପ୍ରାରମ୍ଭିକ ଲକ୍ଷଣ ବିଷୟରେ : ମନୁଷ୍ୟ ଶରୀରରେ ଏଚ୍ଆଇଭି ଫ୍ଲୁ ମାଧ୍ୟମରେ ପ୍ରବେଶ କରିଥାଏ । ଏକ୍ୟୁଟ୍ ଏଚ୍ଆଇଭିରେ ସାଧାରଣ ଜର, ମୁଣ୍ଡ ବିନ୍ଧା, ମାଂଶପେଶୀରେ ଦରଜ, ଓଜନ ହ୍ରାସ, କଫ, ରାତିରେ ଝାଳ ହେବା, ଗଳାରେ ଖିଚ୍ ଖିଚ୍ ଭଳି ଲକ୍ଷଣ ଦେଖାଦେଇଥାଏ । ଏହି ସବୁ ଲକ୍ଷଣ ସଂକ୍ରମଣ ହେବାର ୨-୪ ସପ୍ତାହ ପରେ ନଜରକୁ ଆସିଥାଏ । କ୍ରୋନିକ୍ ଏଚ୍ଆଇଭିରେ ଶରୀର ଧଳା ରକ୍ତ କଣିକାରେ ଏହି ଜୀବାଣୁ ପହଂଚିଥାଏ । ବ୍ୟକ୍ତି ଦୁର୍ବଳ ଅନୁଭବ କରେ । ଏହି ଚରଣରେ ଏଣ୍ଟିରିଟ୍ରୋଭାଇରାଲ ଥେରାପି ଦ୍ୱାରା ସଂକ୍ରମଣ ନିୟନ୍ତ୍ରଣରେ ରହିଥାଏ । ଏଚ୍ଆଇଭି ଅବସ୍ଥାରେ ଶରୀରରେ ଭାଇରସ ବୃଦ୍ଧି ପାଇଥାଏ ଏବଂ ଇମ୍ୟୁନ୍ କୋଷ ଗୁଡ଼ିକୁ ନଷ୍ଟ କରିବାକୁ ଲାଗେ । ଜ୍ୱର, ଥକାପଣ, ଲିମ୍ଫ୍ ନୋଡ଼୍ରେ ଫୁଲା, ଓଜନ ହ୍ରାସ, ଓରାଲ ଇଷ୍ଟ୍ ଇନଫେକସନ, ଝାଡ଼, ରକ୍ତହୀନତା, ଜିଭରେ ଲକ୍ଷଣ ଦେଖାଦେଇଥାଏ ।
ତେବେ ଏଚ୍ଆଇଭି ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ନିମ୍ନଲିଖିତ ପରୀକ୍ଷା ହୋଇଥାଏ:
– ରାପିଡ଼୍ କିଟ୍ ଟେଷ୍ଟ: ରକ୍ତ ନମୁନା ନେବାର ମାତ୍ର ୧୫ରୁ ୨୦ ମିନିଟରେ ଫଳାଫଳ ଆସିଥାଏ । ରକ୍ତ ନମୁନା ମଧ୍ୟମରେ ଏଚ୍ଆଇଭିରେ ଆଣ୍ଟିବଡ଼ି ଅଛି ନା ନାହିଁ ଦେଖାଯାଏ ।
– ଏଞ୍ଜାଇମ୍ ଲିଂକ୍ଡ଼ ଇମ୍ୟୁନୋ ସୋରବେଣ୍ଟ: ପ୍ରଥମ ପରୀକ୍ଷାରେ ଯିଦ ଶରୀରରେ ଏଚ୍ଆଇଭି ସଂକ୍ରମଣ ନିଶ୍ଚିତ ହୁଏ ତେବେ ଏହି ପରୀକ୍ଷା କରାଯାଏ । ଏହି ପରୀକ୍ଷା ମାଧ୍ୟମରେ ଶରୀରରେ ଆଣ୍ଟିବଡ଼ିଜ୍ ବଂ ଆଣ୍ଟିଜେନର ଯାଞ୍ଚ ହୋଇଥାଏ । ଏଥିପାଇଁ ୨-୩ ଘଣ୍ଟା ସମୟ ଲାଗିଥାଏ ।
– ୱେଷ୍ଟର୍ଣ୍ଣ ବ୍ଲଟ୍ ଟେଷ୍ଟ: ଏହି ପରୀକ୍ଷାରେ ନାଇଟ୍ରୋସେଲ୍ୟୁଲୋଜ୍ ପେପର ମାଧ୍ୟମରେ ଆଣ୍ଟିଜେନ- ଆଣ୍ଟିବଡ଼ି କମ୍ପେ୍ଲକ୍ସ ଚିହ୍ନଟ ହୋଇଥାଏ ।
– ଏଚ୍ଆଇଭି ଭାଇରାଲ ଲୋଡ଼୍ ଟେଷ୍ଟ: ଏହି ପରୀକ୍ଷା ଦ୍ୱାରା ରକ୍ତରେ ଏଚ୍ଆଇଭି ସଂକ୍ରମରର ପରିମାଣ ମାପିବା ପାଇଁ କରାଯାଏ ।
–Cd4(କ୍ଲଷ୍ଟର ଅଫ୍ ଡ଼ିଫ୍ରେନସିଆଲ ୪): -Cd4 ହେଉଛି ସେଲ୍ କାଉଣ୍ଟ । ଏହା ରୋଗୀର ଇମ୍ୟୁନିଟି ମାପିଥାଏ । Cd4ର ସଂଖ୍ୟା ଯେତେ ଅଧିକ ଥିବା ବ୍ୟକ୍ତି ସେତେ ସୁସ୍ଥ ଥିବ । ଅପରପକ୍ଷେ – Cd4 ର ସଂଖ୍ୟା କମ୍ ଥାଇ ରୋଗୀ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହେଲେ ତୁରନ୍ତି ଚିକିତ୍ସା ଆରମ୍ଭ କରାଯାଏ ।
ଏଚ୍ଆଇଭିର କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏଥିରେ ଅବହେଳା କଲେ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ।