ମନରୁ ପ୍ରେମ ଜନିତ ଅବସାଦ ଦୂରେଇବାକୁ ଚାହୁଁଛନ୍ତି କି? ୭ ଦିନରେ ଥରେ ଏପରି ନିଶ୍ଚୟ କରନ୍ତୁ

ଓଡିଶା ଭାସ୍କର: ଆଜିକାଲି ପ୍ରେମ ଜନିତ ସମସ୍ୟା ବହୁ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି। କିଛି ପିଲା ଦୁନିଆ ବିଷୟରେ କିଛି ନ ବୁଝି ସୁଝି ପ୍ରେମ ପାଇଁ ପାଗଳ ହୋଇଯାଇଥାନ୍ତି। ଆଉ ଏହା ପରେ ଅବସାଦକୁ ନେଇ ସବୁବେଳେ ଘାଣ୍ଟି ଚକଟି ହେବା ସହ କ’ଣ କରିବେ ବୋଲି କିଛି ବୁଝି ପାରନ୍ତି। ଏହି ଅବସାଦରୁ ସେମାନେ ଦୂରେଇ ଯିବାକୁ ଚାହାନ୍ତି କିନ୍ତୁ କେମିତି ଏଥିରୁ ସେ ଦୂରେଇ ତାହା ବୁଝି ପାରନ୍ତି ନାହିଁ। ଏହା ସହ ପରିବର୍ତ୍ତିତ ଜୀବନଶୈଳୀରେ ମଧ୍ୟ କେତେକ ମାନସିକ ଅବସାଦର ଶିକାର ହୋଇଥାନ୍ତି। ତେବେ ଏଥିରୁ ଦୂରେଇ ରହିବାର ସହଜ ଉପାୟ ରହିଛି।

ଆପଣଙ୍କୁ ଜଣା ଅଛି କି, କାନ୍ଦିଲେ ମନରୁ ଅବସାଦ ଦୂର ହୋଇ ମାନସିକ ଶାନ୍ତି ମିଳିଥାଏ। କାରଣ କାନ୍ଦିବା ସମୟରେ ଶରୀରରେ ଆଣ୍ଡ୍ରୋନୋକ୍ରାଟିକୋଟ୍ରାପିକ୍‌ ଓ ଲ୍ୟୁସିନ୍‌ ନାମକ ହରମୋନ୍‌ କ୍ଷରଣ ହୋଇଥାଏ। ଏହାକୁ ଷ୍ଟ୍ରେସ୍‌ ହରମୋନ୍‌ କୁହାଯାଇଥାଏ। ଏହାଦ୍ୱାରା ମାନସିକ ଚାପରୁ ମିଳିଥାଏ ମୁକ୍ତି। ତେବେ କାନ୍ଦିବା ଯୋଗୁ ମନ ହାଲକା ହେବା ଦ୍ୱାରା ନୂଆ ଚିନ୍ତାଧାରା ସୃଷ୍ଟି ହୁଏ। ସେହିପରି କାନ୍ଦିବା ଦ୍ୱାରା ଆଖିରେ ଥିବା ମଇଳା ବାହାରି ଆସେ। ଲୁହରେ ଲାଇସୋଜାଇମ୍‌ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥ ରହିଥାଏ। ଏହା ଅପକାରୀ ବ୍ୟାକ୍ଟେରିଆକୁ ନଷ୍ଟ କରେ। ଏଣୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଅବସାଦକୁ ମନରେ ନ ରଖି ତାହାକୁ ଦୂରେଇ ଦେବା ଉଚିତ। ୭ ଦିନରେ ବା ସପ୍ତାହରେ ଥରେ ନିଶ୍ଚୟ ଲୁହ ଝରେଇବାକୁ ଚେଷ୍ଟା କରନ୍ତୁ। ଏହା ପରେ ମନରେ ନୂଆ ଚିନ୍ତାଧାରା ଜାଗ୍ରତ କରିବା ପାଇଁ କିଛି ମୋଟିଭେସନାଲ ଭିଡିଓ ଦେଖନ୍ତୁ।