BIG BREAKING: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଛୁଟି ଘୋଷଣା

ଓଡିଶା ଭାସ୍କର: ଆଉମାତ୍ର ତିନିଦିନ ପରେ ଅର୍ଥାତ ୧୭ ତାରିଖ ଦିନ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହି ଅବସରରେ ଜାନୁୟାରୀ ୧୭ ତାରିଖ ଦିନକୁ ସରକାରୀ ଛୁଟି ଭାବେ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହି ଦିନ ସମସ୍ତ ସରକାରୀ ଅଫିସ, ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଐତିହ୍ୟ ପ୍ରକଳ୍ପର ଲୋକାର୍ପଣ କରିବେ। ତେବେ ଇତିମଧ୍ୟରେ ଲୋକାର୍ପଣ ଉତ୍ସବର ଆଦ୍ୟପର୍ବ ଯଜ୍ଞକର୍ମର ବିଭିନ୍ନ ପୂଜାନୀତି ଆରମ୍ଭ ହୋଇଛି। ଫଳରେ ମନ୍ତ୍ରୋପୋଚାରଣରେ ଶ୍ରୀକ୍ଷେତ୍ର କମ୍ପୁଛି। ଚାରିଆଡେ “ଜୟ ଜଗନ୍ନାଥ” ଧ୍ୱନି ଗୁଞ୍ଜରିତ ହେଉଛି। ଶ୍ରୀକ୍ଷେତ୍ର ସମେତ ଓଡିଶା ମାଟିରେ ଆଧାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପଟେ ପୁରୀ ଆସିବା ପାଇଁ ଶ୍ରଦ୍ଧାଳୁ ମାନେ ପ୍ରସ୍ତୁତ ହେବାକୁ ଲାଗିଲେଣି।

ସୂଚନା ଥାଉକି, ଶନିବାର ଅଙ୍କୁର ପୂଜନ ଓ ମଣ୍ଡଳକଟା ଯାଇଥିବାବେଳେ, ରବିବାର ହୋଇଛି ମଣ୍ଡଳ ସ୍ଥାପନ, ଯଜ୍ଞ ଅଧିବାସ, ଧ୍ୱଜା ସ୍ଥାପନ, ତୋରଣ ସ୍ଥାପନ ଆଦି କାର୍ୟ୍ୟ ଅନୁଷ୍ଠିତ ହୋଇଛି। ଶୋତ୍ରିୟ ବ୍ରାହ୍ମଣ ଏହି ନୀତିକାନ୍ତି ସମାପନ କରିଛନ୍ତି। ଅନ୍ୟପଟେ ବଡ଼ଦାଣ୍ଡରୁ ବେଳାଭୂମି ପୁଣି ସିଂହଦ୍ୱାରରୁ ଶରଧାବାଲି ସବୁ କିଛି ନୂଆ ନୂଆ ଲାଗୁଛି। ବଡ଼ଦାଣ୍ଡରେ ଏକରଙ୍ଗୀ କୋଠା, ଆଖି ଝଲସାଇବା ଦେବାଭଳି ଆଲୋକୀକରଣ, ରାସ୍ତାଘାଟ, କାନ୍ଥ ଓ ପ୍ରାଚୀରେ ରଙ୍ଗ ବେରଙ୍ଗର ଚିତ୍ର ସବୁ ଅଙ୍କାଯାଇଛି। ସେହିପରି ଶ୍ରୀକ୍ଷେତ୍ରର ପ୍ରତି ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି।