ଓଡିଶା ଭାସ୍କର: ଭାରତରେ ସର୍ବ ଧର୍ମକୁ ସମ୍ମାନ ରହିଛି। ଅନ୍ୟପଟେ ନିଜ ନିଜ ଧର୍ମକୁ ନେଇ ସମସ୍ତଙ୍କ ମଧ୍ୟରେ ଅଗାଢ଼ ବିଶ୍ୱାସ ମଧ୍ୟ ରହିଛି। ଏଥିପାଇଁ ଅନେକ ସାରା ମନ୍ଦିର, ମସଜିଦ ଭଳି ଧର୍ମାନୁଷ୍ଠାନ ଖୋଲାଯାଇଛି। ଏହି ଅନୁଷ୍ଠାନ ମାନଙ୍କରେ ଯାହାର ଯେତେ ଇଛା ସେ ନିଜର ସାଧନା କରିପାରିବେ। କିନ୍ତୁ ଏହାର ଅର୍ଥ ନୁହେଁ, ନିଜର ସାଧନା ପାଇଁ ଅନ୍ୟ କାହାକୁ ହଇରାଣ କରିବା। ତେବେ ଏଭଳି ଖବର ପ୍ରକାଶ କରିବାର କାରଣ ହେଉଛି ଏକ ଭାଇରାଲ ଭିଡିଓ। ଯାହା ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଡ୍ରାଇଭର ବ୍ୟସ୍ତ ବହୁଳ ରାସ୍ତା ଉପରେ ନିଜର ଟ୍ରକ ଛିଡା କରିଛନ୍ତି। ଏହାପରେ ସେ ରାସ୍ତା ଉପରେ ହିଁ ନମାଜ ପଢୁଛନ୍ତି। ଫଳରେ ରାସ୍ତାରେ ଅନ୍ୟାନ ଗାଡି ସବୁ ମଧ୍ୟ ଅଟକି ରହିଛି। ତେବେ ରାସ୍ତା ଉପରେ ଏଭଳି ନମାଜ ପାଠ କରିବା ଉଚିତ ବୋଲି କୁହାଯାଉଛି। ଅନେକ ଜଣ ଏହାକୁ ନିନ୍ଦା ପ୍ରକାଶ ମଧ୍ୟ କରିଛନ୍ତି। ଅନ୍ୟପଟେ ଏହି ଭିଡିଓଟି ଭାଇରାଲ ହେବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିବା ଜଣାପଡିଛି।
ସୂଚନା ମୁତାବକ, ଗିରଫ ଡ୍ରାଇଭର ଜଣକ ହେଲେ ୩୭ ବର୍ଷୀୟ ବଚଲ ଖାନ୍। ତାଙ୍କ ବିରୋଧରେ ବିନା ଅନୁମତିରେ ରାସ୍ତାରେ ବସି ନମାଜ ପଢ଼ିବା ଅଭିଯୋଗରେ ପୋଲିସ ବଚଲଙ୍କ ବିରୋଧରେ ଆଇପିସି ଧାରା ୨୮୩, ୧୮୬ ଓ ୧୮୮ ଅନୁଯାୟୀ ମାମଲା ରୁଜୁ କରିଛି। ସେ ପାଲନପୁରର ଏରୋମା ସର୍କଲରେ ବସି ନମାଜ ପଢ଼ିଥିଲେ।