fbpx

ଭାରତର ସଫଳତା ପରେ ଆଜି ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ଜାପାନର ‘ସ୍ନାଇପର”, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଓଡିଶା ଭାସ୍କର: ଭାରତର ସଫଳ ଚନ୍ଦ୍ରୟାନ-୩ ମିଶନ ପରି ବର୍ତ୍ତମାନ ସମଗ୍ର ବିଶ୍ୱର ନଜର ଜାପାନର ‘ସ୍ନାଇପର’ ମିଶନ ଉପରେ ରହିଛି। କାରଣ ଭାରତର ଐତିହାସିକ ସଫଳତା ପରେ ଏବେ ଇତିହାସ ରଚିବାକୁ ଯାଉଛି ଜାପାନ। ଶୁକ୍ରବାର ଅର୍ଥାତ ଆଜି ଜାପାନର ଚନ୍ଦ୍ର ମିଶନ ‘ସ୍ନାଇପର’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି।

ଜାପାନ ସ୍ପେସ ଏଜେନ୍ସି ଅନୁଯାୟୀ, ଏହାର ଅବତରଣ ପ୍ରକ୍ରିୟା ୨୦ମିନିଟ୍‌ ଲାଗିବ। ଏହାକୁ ନେଇ ଜାପାନର ସ୍ପେସ୍‌ ଏଜେନ୍ସି ଜାକ୍ସା କହିଛି ଯେ, ‘ସ୍ନାଇପର’ ଆଜି ରାତି ୯ଟାରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି। ତେବେ ଗତ ୬ ମାସ ମଧ୍ୟରେ ଚନ୍ଦ୍ର ନୂତନ କ୍ରାଟର ହାସଲ କରିଥିଲା। ରୁଷିଆ ପରେ ଜାପାନର ରୋବୋଟିକ୍‌ ମିଶନ ଅବତରଣ କରିବାରେ ବିଫଳ ହୋଇଥିଲା। ଯେହେତୁ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତିକୁ ଧରି ପୃଥିବୀକୁ ଓହ୍ଲାଇଥାଏ, ଏହା ୨୦ ମିନିଟ୍‌ର ଆତଙ୍କ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ବୋଲି ସ୍ଲିମ୍‌ ମିଶନର ସବ୍‌-ପ୍ରୋଜେକ୍ଟ ମ୍ୟାନେଜର କୁଶିକି କେଞ୍ଜି କହିଛନ୍ତି।

Japan targeting Jan. 19 for nation's 1st-ever moon landing | Space

ତେବେ ଏଠାରେ କହି ରଖୁଛୁ ଯେ, ଗତ ୬ ସେପ୍ଟେମ୍ବର ୨୦୨୩ରେ ଜାପାନ ‘ସ୍ନାଇପର’କୁ ଚନ୍ଦ୍ରକୁ ପଠାଇଥିଲା। ଏହାପରେ ସ୍ନାଇପର ଡିସେମ୍ବର ୨୫ରେ ଚନ୍ଦ୍ରର କକ୍ଷପଥରେ ପହଞ୍ଚିଥିଲା ଏବଂ ସେବେଠାରୁ କ୍ରମାଗତ ଭାବରେ ଚନ୍ଦ୍ର ଆଡ଼କୁ ଗତି କରୁଛି। ଯଦି ଆଜି ଜାପାନର ଏହି ମିଶନ ସଫଳ ହୁଏ, ତେବେ ୧୯୬୬ ପରେ ଚନ୍ଦ୍ରରେ ଅବତରଣ କରିବା ଏହା ପଞ୍ଚମ ଦେଶ ହେବ।

Japan's robotic Moon sniper to land on lunar surface on Jan 19

Get real time updates directly on you device, subscribe now.