ନୂଆଦିଲ୍ଲୀ: ଭାରତୀୟ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ହାଇଦ୍ରାବାଦ ଟେଷ୍ଟର ତୃତୀୟ ଦିନରେ ନିଜର ୪ର୍ଥ ଟେଷ୍ଟ ଶତକ ପୁରା କରିବେ ବୋଲି ଫ୍ୟାନ୍ସମାନେ ଆଶାୟୀ ଥିଲେ । କିନ୍ତୁ ସମସ୍ତଙ୍କୁ ନିରାଶ କରି ୮୭ ରନରେ ଜାଡେଜାଙ୍କୁ LBWରେ ଆଉଟ୍ କରିଥିଲେ ଇଂଲଣ୍ଡ କ୍ରିକେଟର ଜୋ ରୁଟ୍ (Joe Root) ।
ହାଇଦ୍ରାବାଦ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ଆଜି ତୃତୀୟ ଦିନ । ପ୍ରଥମ ଅଧିବେଶନରେ ରବିନ୍ଦ୍ର ଜାଡେଜାଙ୍କୁ ବିବାଦୀୟ ଭାବରେ LBW ଘୋଷଣା କରାଯାଇଥିଲା ଏବଂ ଅମ୍ପାୟାରଙ୍କ ଏହି ଫଇସଲାକୁ ନେଇ ସୋସିଆଲ ମିଡ଼ିଆରେ ହଲଚଲ ସୃଷ୍ଟି ହୋଇଥିଲା ।
The Root cause of English smiles 😃 on Day 3! 🔥
Keep watching LIVE action from the #INDvENG 1st Test on #JioCinema, #Sports18 & #ColorsCineplex. 👈#JioCinemaSports #BazBowled #IDFCFirstBankTestSeries pic.twitter.com/46eaaYHB64
— JioCinema (@JioCinema) January 27, 2024
ପ୍ରଥମ ଇନିଂସରେ ୧୨୦ ଓଭରରେ ଜୋ ରୁଟ୍ ବୋଲିଂ କରିବା ପାଇଁ ଆସିଥିଲେ । ଏହି ଓଭରର ତୃତୀୟ ବଲରେ ରବିନ୍ଦ୍ର ଜାଡେଜା ଡିଫେଣ୍ଡ କରିବାରୁ ଇଂଲଣ୍ଡ ଖେଳାଳିମାନେ ଅପିଲ୍ କରିବାକୁ ଲାଗିଲେ । ଏହା ପରେ ଅମ୍ପାୟାର ରବିନ୍ଦ୍ର ଜାଡେଜାଙ୍କୁ LBW ଘୋଷଣା କରିଥିଲେ । ଏହା ପରେ ଜାଡେଜା ତୁରନ୍ତ DRSର ସହେଯୋଗ ଲୋଡ଼ିଥିଲେ । ତେବେ ଟିଭି ରିପ୍ଲେରେ ଅନୁମାନ କରିବା କଷ୍ଟକର ହୋଇପଡ଼ିଥିଲା ଯେ ବଲଟି ପ୍ରଥମେ ଜାଡେଜାଙ୍କ ବ୍ୟାଟ୍ରେ ଲାଗିଥିଲା ନା ପ୍ୟାଡରେ । ଏହା ପରେ କମେଣ୍ଟ୍ରି କରୁଥିବା ପୂର୍ବତନ ଭେଟେରାନ୍ ଖେଳାଳି ରବି ଶାସ୍ତ୍ରୀ ନିଜ ଫଇସଲାରେ କହିଥିଲେ ଯେ ଯଦି ମଇଦାନରେ ଥିବା ଅମ୍ପାୟାର ଆଉଟ୍ ନ କହିଥାନ୍ତେ ତେବେ ଥାର୍ଡ଼ ଅମ୍ପାୟାର ସନ୍ଦେହରେ ‘ନଟ୍ ଆଉଟ୍’ ଘୋଷଣା କରିଥାନ୍ତା । କିନ୍ତୁ ଏଭଳି ସ୍ଥିତିରେ ମଇଦାନରେ ଥିବା ଅମ୍ପାୟାର ଜାଡେଜାଙ୍କୁ ଆଉଟ୍ ଘୋଷଣା କରିଥିଲେ ।
Ravindra Jadeja is unlucky here.
– Out or Not out? pic.twitter.com/OPsFjRA1bT
— CricketMAN2 (@ImTanujSingh) January 27, 2024