fbpx

ନିଆଗଲା ବଡ଼ ନିଷ୍ପତ୍ତି: ଏଣିକି କର୍ମଚାରୀମାନେ ସପ୍ତାହକୁ କେବଳ ୪ ଦିନ କାମ କରିବେ, ଫେବୃଆରୀ ୧ରୁ ଲାଗୁ!

ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀମାନେ ସପ୍ତାହକୁ ୫ ଦିନ କାମ କରିବେ ଓ ଦୁଇଦିନ ଛୁଟି ପାଇବେ, ଏହି ପ୍ରସ୍ତାବ କାର୍ଯ୍ୟକାରୀ ନେଇ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ପକ୍ଷରୁ ବହୁ ପୂର୍ବରୁ ଦାବି ହୋଇ ଆସୁଛି । ସେହିପରି ନୂଆ ଲେବର କୋଡ ଲାଗୁହେଲେ କର୍ମଚାରୀମାନେ ସପ୍ତାହକୁ ୪ ଦିନ କାମ କରିବା ସହ ୩ ଛୁଟି ପାଇବା ନେଇ ମଧ୍ୟ ପାଖାପାଖି ୨ ବର୍ଷ ପୂର୍ବେ ଚର୍ଚ୍ଚା ହୋଇଥିଲା । କାର୍ଯ୍ୟସ୍ଥଳ ଓ କାର୍ଯ୍ୟ ସମୟକୁ କୋହଳ କରିବା ଭବିଷ୍ୟତ ପାଇଁ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପୂର୍ବରୁ କହିଥିଲେ । ଏପରିକି ଏହା ଉପରେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ କାମ ଆରମ୍ଭ କରିଦେଇଥିବା ନେଇ ମଧ୍ୟ କୁହାଯାଉଥିଲା । କର୍ମଚାରୀମାନେ ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ ନେଇ ଭାରତରେ ବିତର୍କ ଆରମ୍ଭ ହୋଇଯାଇଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି କର୍ମଚାରୀମାନେ ସପ୍ତାହକୁ କେବଳ ୪ ଦିନ କାମ କରିବେ । ବାକି ୩ ଦିନ ଛୁଟି ପାଇବେ । ଦେଶର ଅର୍ଥବ୍ୟବସ୍ଥା ଧିମା ହେବା ସହ ଲୋକଙ୍କର ପ୍ରଡକ୍ଟଭିଟି ମଧ୍ୟ କମ୍ ହେବାରେ ଲାଗିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଶ୍ରମିକ ସଂଗଠନ ପକ୍ଷରୁ ସରକାରଙ୍କୁ ସପ୍ତାହକୁ ୪ ଦିନ କାମ କରିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ତେବେ ଉକ୍ତ ପ୍ରସ୍ତାବ ଆଧାରରେ ସରକାର ଏବେ ଟ୍ରାଏଲ ଆରମ୍ଭ କରିବାକୁ ଯାଉଛନ୍ତି ।

ତେବେ ଏହି ନିଷ୍ପତ୍ତି ଭାରତ ସରକାର ନୁହନ୍ତି, ଜର୍ମାନୀ ସରକାର ନେଇଛନ୍ତି । ଫେବୃଆରୀ ମାସ ୧ ତାରିଖରୁ କର୍ମଚାରୀମାନେ ସପ୍ତାହରୁ ୪ ଦିନ କାମ କରିବେ । ଆଗାମୀ ୬ ମାସ ପାଇଁ ଏହା କାର୍ଯ୍ୟକାରୀ ହେବ । ଏଥିରୁ ଯେଉଁ ଫଳାଫଳ ଆସିବ ତାକୁ ଆଧାର କରି ସରକାର ଆଗକୁ ନିଷ୍ପତ୍ତି ଗ୍ରହଣ କରିବେ । ପୂର୍ବରୁ ଦେଶରେ କର୍ମଚାରୀମାନେ ସପ୍ତାହକୁ ୫ ଦିନ କାମ କରୁଥିବା ବେଳେ ଏବେ ତାହାକୁ ହ୍ରାସ କରାଯାଇ ୪ ଦିନ କରାଯାଇଛି । ତେବେ ଏହି ଟ୍ରାଏଲ ପିରିୟଡ ସମୟରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ହ୍ରାସ ପାଇବ ମାତ୍ର ସେମାନଙ୍କର ବେତନ କଟିବ ନାହିଁ । ଯଦି ଏହି ରେଜଲ୍ଟ ୫ ଦିନ କାମର ରେଜଲ୍ଟ ସହ ସମାନ ବା ତା’ଠାରୁ ଅଧିକ ହୁଏ, ତେବେ ଏହି ଟ୍ରାଏଲ ସଫଳ ହେଲା ବୋଲି ଗ୍ରହଣ କରାଯିବ । ଏହି ଟ୍ରାଏଲରେ ୪୫ଟି କମ୍ପାନୀ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି । ତେବେ ଜର୍ମାନୀ ସମେତ ବିଶ୍ୱର ୨୧ଟି ଦେଶ ଏହି ୪ ଦିନିଆ କାର୍ଯ୍ୟ ଦିବସ ଆରମ୍ଭ କରିବାକୁ ଯାଉଥିବା ଜଣାପଡ଼ିଛି ।

Get real time updates directly on you device, subscribe now.