fbpx

ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଓଡ଼ିଶା ଭାସ୍କର: ଅକ୍ଷର ଭୂମିର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲିଠୁ ଅନୁଷ୍ଠିତ ହେବାକୁ ଯାଉଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଫେବୃଆରୀ ୩ରୁ ୫ ତାରିଖ ଯାଏଁ ଭୁବନେଶ୍ୱର ଜନତା ମୈଦାନରେ ଏହି ସମ୍ମିଳନୀ ଚାଲିବ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର କଳାମଣ୍ଡଳ ପରିସରରେ ନିର୍ମିତ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି। ଯାହା ଏହି ଅକ୍ଷର ଭୂମିର କାନ୍ଥବାଡ ବଖାଣୁଛି ଓଡ଼ିଆ ଲିପିର କାହାଣୀ ।

ସୂଚନା ଥାଉକି, ଭୁବନେଶ୍ୱର କଳାମଣ୍ଡଳ ପରିସରରେ ଏହି ଅକ୍ଷର ଭୂମି ନିର୍ମାଣ ହୋଇଛି। ଆମ ଓଡ଼ିଆ ଭାଷାକୁ ନେଇ ତିଆରି ହୋଇଛି ନୂଆ କାରୁକାର୍ଯ୍ୟ। ଅକ୍ଷର ଭୂମିର ମଝି ଅଂଶରେ ମୁକ୍ତେଶ୍ଵର ମନ୍ଦିର ପରିସରରେ ଥିବା ତୋରଣ ଶୈଳୀରେ ଏକ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି । ତୋରଣର ଠିକ୍ ପଛରେ ଓଡ଼ିଆ ଲିପି ‘ଅ’ର ବୃହତ ଅକ୍ଷର କରାଯାଇଛି। ଏହା ସହ ଦୁଇ ପାର୍ଶ୍ଵରେ ୬ଟି ଅକ୍ଷର କାନ୍ଥ ରହିଛି । କାନ୍ଥ ଗୁଡ଼ିକରେ ଖଣ୍ଡୋଲାଇଟ୍ ପଥରକୁ ଖୋଦେଇ କରାଯାଇ ଓଡ଼ିଆ ବର୍ଣ୍ଣମାଳାକୁ ସ୍ଥାନ ଦିଆଯାଇଛି । ୪୦ ମିଟର ଲମ୍ବ ଓ ୩୦ ମିଟର ଚଉଡାର ଏହି ପ୍ରକଳ୍ପକୁ ସ୍ପାନ୍ଇନଫ୍ରା ବିଲଡର୍ସ ନିର୍ମାଣ କରିଛି । ଏଥିରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

ଏଠାରେ କହି ରଖୁଛୁ ଯେ, ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀକୁ ନେଇ ସାରା ରାଜ୍ୟବାସୀ ବେଶ ଉତ୍ସାହିତ ରହିଛନ୍ତି। ଏହି ଅବସରରେ ଆସନ୍ତାକାଲି ‘ବନ୍ଦେ ଉତ୍କଳ ଜନନୀ’ ଗାଇବାକୁ ସମସ୍ତଙ୍କୁ ଅପିଲ କରାଯାଇଛି। ୩ ତାରିଖ ସକାଳ ୧୧ ଟା ୩୦ରେ ଗାଇବାକୁ ଅପିଲରେ କୁହାଯାଇଛି। ସେହିପରି ସମ୍ମିଳନୀକୁ ସ୍ମରଣୀୟ ନିମନ୍ତେ ବିଶେଷ ବ୍ୟକ୍ତିବିଶେଷ ସମ୍ମାନିତ ହେବ। ସବୁ ବର୍ଗର ବ୍ୟକ୍ତିବିଶେଷ ସାମିଲ ହେବେ। ଏହା ସହ ଏହି ଦିନ ସବୁ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯିବ। ସେପଟେ ବ୍ଲକ ସ୍ତରୀୟ ମଧ୍ୟ ଏହି କାର୍ୟ୍ୟକ୍ରମ ଆୟୋଜନ କରାଯିବ। ତେବେ ସାରା ରାଜ୍ୟରେ ଲୋକ ଏହି ସମ୍ମିଳନୀର ସିଧା ପ୍ରସାରଣ ଦେଖିପାରିବେ। ଏନେଇ ସମସ୍ତ ପଞ୍ଚାୟତ ଓ ପୌରାଞ୍ଚଳରେ ବ୍ୟବସ୍ଥା ହୋଇଛି।

 

Get real time updates directly on you device, subscribe now.