fbpx

ରାଜ୍ୟସଭା ନିର୍ବାଚନ: ୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି(ସପା) ସୋମବାର ୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ସପା ପକ୍ଷରୁ ପୂର୍ବତନ ସାଂସଦ ରାମଜୀ ଲାଲ ସୁମନ, ପୂର୍ବତନ ଆଇଏଏସ୍ ଅଧିକାରୀ ଆଲୋକ ରଞ୍ଜନ ଏବଂ ଜୟା ବଚ୍ଚନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ଏହି ସମସ୍ତ ରାଜ୍ୟସଭା ପ୍ରାର୍ଥୀ ଆଜି ଦିନ ୧୨ଟାରେ ନାମାଙ୍କ ପତ୍ର ଦାଖଲ କରିବେ । ତେବେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେଉଛି ଫେବୃଆରୀ ୧୫ । ଫେବୃଆରୀ ୨୭ରେ ମତଦାନ ଏବଂ ଫଳାଫଳ ଘୋଷଣା କରାଯିବ ।

ସୋମବାର ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଲେଶ ଯାଦବ ପାର୍ଟି ମୁଖ୍ୟାଳୟରେ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ବିଧାୟକଙ୍କ ସହ ଏକ ବୈଠକ ଆୟୋଜିତ କରିଥିଲେ । ଏହି ବୈଠକରେ ପ୍ରାର୍ଥୀ ଭାବରେ ରାମଜୀ ଲାଲ ସୁମନ, ଆଲୋକ ରଞ୍ଜନ ଏବଂ ଜୟା ବଚ୍ଚନଙ୍କ ନାମକୁ ଘୋଷଣା କରାଯାଇଥିଲା । ବର୍ତ୍ତମାନ ସପାରେ ୧୦୮ ଜଣ ବିଧାୟକ ଅଛନ୍ତି । ସେଥିମଧ୍ୟରୁ ୩ଟି ଆସନରେ ବିଜୟୀ ହେବା ପାଇଁ ୧୧୧ ବିଧାୟକଙ୍କ ଆବଶ୍ୟକତା ରହିଛି ।

ରାମଜୀ ଲାଲ ସୁମନ: ୧୯୭୭ ମସିହାରେ ରାମଜୀ ଲାଲ ସୁମନ ପ୍ରଥମ ଥର ପାଇଁ ଲୋକସଭାରେ ଯୋଗ ଦେଇଥିଲ । ସେ ୪ ଥର ସାଂସଦ ରହିସାରିଛନ୍ତି । ୧୯୯୦ ମସିହାରେ ରାମଜୀ ଲାଲ ଶ୍ରମ ଏବଂ ରାଜ
କଲ୍ୟାଣ ମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ପରେ ୧୯୯୩ ରେ ସମାଜବାଦୀ ପାର୍ଟି ଗଠନ ହେଲା ପରେ ମୁଲାୟମ ସିଂଙ୍କ ବିଶ୍ୱସ୍ତ ହୋଇ ରହିଥିଲେ ।

ଆଲୋକ ରଞ୍ଜନ: ଅଖିଲେଶ ଯାଦବ ସରକାରରେ ମୁଖ୍ୟ ସଚିବ ଭାବେ ଆଲୋକ ରଞ୍ଜନ ଦାୟିତ୍ୱ ତୁଲାଇ ଥିଲେ । ପାୟ ୨ ବର୍ଷ ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବା ପରେ ୨୦୧୬ ମସିହା ଜୁଲାଇରେ ପଦ ତ୍ୟାଗ କରିଥିଲେ । ଏହା ପରେ ଅଖିଲେଶ ଯାଦବ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଏବଂ ଉତ୍ତରପ୍ରଦେଶ ରାଜ୍ୟ ଶିଳ୍ପ ବିକାଶ ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତ କରିଥିଲେ ।

ଜୟା ବଚ୍ଚନ: ସମାଜବାଦୀ ପାର୍ଟି ନିରନ୍ତର ଭାବେ ମହିଳାମାନଙ୍କୁ ପ୍ରତିନିଧିତ୍ୱ ପ୍ରଦାନ କରି ଆସୁଛି । ଏହି କ୍ରମରେ ୨୦୦୪ ମସିହା ପରଠାରୁ ବିଶିଷ୍ଟ ଅଭିନେତ୍ରୀ ଜୟା ବଚ୍ଚନଙ୍କୁ ଦଳ ରାଜ୍ୟସଭା ପଠାଉଛି । ଚଳିତ ବର୍ଷ ତାଙ୍କୁ ୫ମ ଥର ପାଇଁ ରାଜ୍ୟସଭା ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଛି ।

Get real time updates directly on you device, subscribe now.