fbpx

ଦୁର୍ଘଟଣାରେ ଆଖି ବୁଜିଲେ ୩୬ ବର୍ଷୀୟା ବିଧାୟିକା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ଆଉ କିଛି ମାସ ଥିବାବେଳେ ଚଳିତ ବର୍ଷ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତା’ ପୂର୍ବରୁ ଆସନ୍ତା ୨୭ ତାରିଖରେ ଦେଶର ୧୫ଟି ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ । ତେବେ ଆଗାମୀ ନିର୍ବାଚନ ପାଇଁ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି । ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ଦୁର୍ଘଟଣାରେ ଜଣେ ବିଧାୟିକାଙ୍କର ପରଲୋକ ଘଟିଛି । ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି (ବିଆରଏସ)ର ବିଧାୟିକା ଜି. ଲାସ୍ୟା ନନ୍ଦିତା ଦୁର୍ଘଟଣାରେ ଆଖି ବୁଜିଛନ୍ତି । ମୃତ୍ୟୁବେଳକୁ ନନ୍ଦିତାଙ୍କୁ ମାତ୍ର ୩୬ ବର୍ଷ ବୟସ ହୋଇଥିଲା । ବିଧାୟିକାଙ୍କ କାର ଭାରସାମ୍ୟ ହରାବାରୁ ସଡ଼କ ସାଇଡରେ ରହିଥିବା ଡିଭାଇଡରେ ଜୋରରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣା କେତେ ଭୟଙ୍କର ଥିବା ତାହା ଫଟୋରୁ ସ୍ପଷ୍ଟ ଜଣାଡ଼ୁଛି । ଦୁର୍ଘଟଣାରେ ନନ୍ଦିତାଙ୍କର ମୃତ୍ୟୁ ଘଟିବା ସହିତ ତାଙ୍କ କାର ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଯାଇଛି ।

Get real time updates directly on you device, subscribe now.