fbpx

ଜାରି ହେଲା ସଞ୍ଜୟ ସିଂହଙ୍କ ରିଲିଜ ଅର୍ଡର , ସଂଧ୍ୟା ମଧ୍ୟରେ ମୁକୁଳିବେ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟୀ ନେତା ସଞ୍ଜୟ ସିଂହଙ୍କ ରିଲିଜ ଅର୍ଡର ଜାରି ହୋଇସାରିଛି । ଏଥିପାଇଁ ସଞ୍ଜୟ ସିଂହଙ୍କ ପରିବାର ଏବଂ ତାଙ୍କ ଓକିଲ ତିହାର ଜେଲ ପାଇଁ ବାହାରି ସାରିଛନ୍ତି । ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟରୁ ସଞ୍ଜୟ ସିଂହଙ୍କ ରିଲିଜ ଅର୍ଡର ଜାରି କରାଯାଇଛି । ସଞ୍ଜୟ ସିଂହ ସଂଧ୍ୟା ପର୍ଯ୍ୟନ୍ତ ମୁକୁଲୀବେ ବୋଲି କୁହାଯାଉଛି । ତେବେ ସଞ୍ଜୟ ସିଂହଙ୍କୁ ଦିଲ୍ଲୀର ଆଇଏଲବିଏସ ହସ୍ପିଟାଲରୁ ନେଇ ପୋଲିସ ଟିମ୍ ବାହାରିସାରିଛନ୍ତି । ଯାହାପରେ ସଞ୍ଜୟ ସିଂହଙ୍କୁ ବର୍ତ୍ତମାନ ତିହାର ଜେଲ ନିଆଯାଉଛି । ସେଠାରେ ସଞ୍ଜୟ ସିଂହଙ୍କ ରିଲିଜ ଅର୍ଡର ଉପରେ ହସ୍ତାକ୍ଷର କରି ଜାମିନ ଦିଆଯିବ ।

ଦିଲ୍ଲୀ ଏକ୍ସାଇଜ୍ ପଲିସି ସ୍କାମ ସହ ଜଡିତ ଅର୍ଥ ହେରଫେର ମାମଲାରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟୀ ନେତା ତଥା ରାଜ୍ୟସଭା ସଦସ୍ୟ ସଞ୍ଜୟ ସିଂହଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ କହିଥିଲା ​​ଯେ ଯଦି ଏହି ମାମଲାରେ ସିଂହଙ୍କୁ ଜାମିନ ଦିଆଯାଏ ତେବେ ଏଥିରେ କୌଣସି ଆପତ୍ତି ନାହିଁ। ରାଜ୍ୟସଭା ସଦସ୍ୟଙ୍କ ଜାମିନ କାରଣରୁ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆମ୍ ଆଦମୀ ପାର୍ଟୀ କିଛି ମାତ୍ରାରେ ଅଶ୍ଵସ୍ତି ପାଇଛି।

Get real time updates directly on you device, subscribe now.