(Video) ରାତି ଅଧରେ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କଲା ଇରାନ: ଜରୁରୀକାଳୀନ ବୈଠକ ଡକାଇଲା UNSC

ନୂଆଦିଲ୍ଲୀ: ଯେଉଁ ଆଶଙ୍କା କରାଯାଉଥିଲା ତାହା ଶେଷରେ ସତରେ ପରିଣତ ହୋଇଛି । ଇରାନ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ବୋଲି ଏକ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ରିପୋର୍ଟ ପ୍ରକାଶ ପାଇଥିଲା । ତେଣୁ ଇରାନକୁ ଇସ୍ରାଏଲ ଉପରେ ଆକ୍ରମଣ କରିବାରୁ ନିବୃତ୍ତ କରାଇବାକୁ ଚୀନ, ତୁର୍କୀ, ସାଉଦି ଆରବ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କୁ ଆମେରିକା ଷ୍ଟେଟ ସେକ୍ରେଟାରୀ ଆଣ୍ଟୋନୀ ବ୍ଲିଙ୍କେନ କହିଥିଲେ । ଗତ ୧ ତାରିଖରେ ଇରାନ ସିରିଆର ଡାମାସସ୍କଚରେ ଏୟାର ଷ୍ଟ୍ରାଇକ କରି ଇରାନୀୟ ଦୂତାବାସକୁ ଟର୍ଗେଟ କରିଥିଲା ଓ ସେଥିରେ ୧୩ ଜଣଙ୍କର ପ୍ରାଣହାନୀ ଘଟିଥିଲା ତେଣୁ ଇସ୍ରାଏଲ ଉପରେ ପ୍ରତିଶୋଧ ନେବାକୁ ଇରାନ ଶପଥ ନେଇଥିଲା ।

ତେବେ ରିପୋର୍ଟ ମୁତାବକ, ଗତକାଲି ରାତି ଅଧରେ ଇରାନ ଇସ୍ରାଏଲ ଉପରେ ଡ୍ରୋନ୍ ଆକ୍ରମଣ କରିଥିଲା । ଇରାନ ନିଜ କ୍ଷେତ୍ରରୁ ଇସ୍ରାଏଲ ଉପରେ ଡ୍ରୋନ ମାଡ଼ କରିଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି । ଇରାନ ଆକ୍ରମଣ ପରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ହାଇଆଲର୍ଟରେ ରହିବା ସହିତ ପରିସ୍ଥିତି ଉପରେ ନଜର ରଖିଛି । ଇସ୍ରାଏଲ ଏୟାରଫୋର୍ସ ଫାଇଟର ଜେଟ ଓ ଇସ୍ରାଏଲ ନୌସେନାର ଜାହାଜ ସହିତ ଆଇଡିଏଫ ଏରିୟଲ ଡିଫେନ୍ସକୁ ମଧ୍ୟ ହାଇଆଲର୍ଟରେ ରଖାଯାଇଛି । ଏହା ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ତେଲ ଅଭୀଭର କିରୟାରେ ୱାର କ୍ୟାବିନେଟ ମିଟିଂ ଡକାଇଛନ୍ତି ।

ଇସ୍ରାଏଲ ଉପରେ ଇରାନ ଆକ୍ରମଣ ପରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି) ପକ୍ଷରୁ ଜରୁରୀକାଳୀନ ବୈଠକ ଡକାଯାଇଛି । ଇରାନ ପକ୍ଷରୁ ଡଜନରୁ ଅଧିକ ସୁଇସାଇଡ୍ ଡ୍ରୋନ ମାଡ଼ କରାଯାଇଥିଲା । ପ୍ରତି ଡ୍ରୋନରେ ୨୦ କେଜି ଲେଖାଏଁ ବିସ୍ଫୋରକ ରହିଥିଲା । ଇରାନର ବାଲିଷ୍ଟିକ ମିସାଇଲ ୧୨ ମିନିଟ ମଧ୍ୟରେ ଇସ୍ରାଏଲ ପର୍ଯ୍ୟନ୍ତ ପହଞ୍ଚି ପାରିବ ଓ ଆତ୍ମଘାତୀ ୟୁଏଭିକୁ ୯ ଘଣ୍ଟା ଲାଗି ପାରେ ବୋଲି ଚଳିତ ସପ୍ତାହରେ ଇସ୍ରାଏଲର ଟାଇମ୍ସ ପକ୍ଷରୁ କୁହାଯାଇଥିଲା ।