fbpx
BJD SKY
BJD SKY

ଫ୍ୟାଟି ଲିଭର କାହିଁକି ହୋଇଥାଏ: ଏହାକୁ କିପରି ଏଡ଼ାଇ ପାରିବା, କ’ଣ କହୁଛନ୍ତି ଏକ୍ସପର୍ଟ

BJD

ଆଜି ହେଉଛି ବିଶ୍ୱ ଯକୃତ ଦିବସ ବା ଲିଭର୍ ଡେ । ପ୍ରତି ବର୍ଷ ଏପ୍ରିଲ୍ ୧୯ ତାରିଖରେ ସମଗ୍ର ବିଶ୍ୱରେ ଯକୃତ ଦିବସ ଭାବେ ପାଳନ କରାଯାଇଥାଏ । ମନୁଷ୍ୟର ଏହି ଅଙ୍ଗଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ଅଟେ । ଯକୃତ ମନୁଷ୍ୟର ଶରୀରରେ ଅଧାରୁ ଅଧିକ କାମ କରିଥାଏ । ଯକୃତ ବେଶ୍ ମହତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ଯକୃତ ରୋଗ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏପ୍ରିଲ୍ ୧୯ ତାରିଖରେ ଯକୃତ ଦିବସ ପାଳନ କରାଯଇଥାଏ ।

ଆଜିକାଲିର ଖାଦ୍ୟ ଏବଂ ଲାଇଫଷ୍ଟାଇଲ୍ ସହିତ ଜଡିତ ସମସ୍ୟା କାରଣରୁ ଅଧିକାଂଶ ଲୋକମାନଙ୍କର ଫ୍ୟାଟି ଲିଭର ସମସ୍ୟାରେ ବହୁତ ମାତ୍ରାରେ ସମ୍ମୁଖୀନ ହେଉଛନ୍ତି । ଏହି ଦିବସରେ ପ୍ରତ୍ୟେକ ଥର କିଛି ବିଷୟ ବସ୍ତୁ ଥାଏଫ ଏହି ଥର ମଧ୍ୟ ବିଷୟବସ୍ତୁ ରହିଛି – ‘ସତର୍କ ରୁହ, ଯକୃତକୁ ନିୟମିତ ଯାଞ୍ଚକର ଏବଂ ଚର୍ବି ଯୁକ୍ତ ଖାଦ୍ୟରୁ ନିଜକୁ ଦୂରେଇ ରଖ ।’

ଗୁରୁଗ୍ରାମର ଜଣେ ଅଭିଜ୍ଞ ଡାକ୍ତର ସୁକ୍ରିତ ସିଂ କହଛନ୍ତି ଯେ, ସାଧାରଣତଃ ଯେତେବେଳେ ଚର୍ବି ଜମାଟ ହେବା ଆରମ୍ଭ ହୁଏ, ସେତେବେଳେ ଯକୃତରେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ । ପ୍ରତ୍ୟେକ ମନୁଷ୍ୟଙ୍କ ପାଖରେ ଦୁଇପ୍ରକାରର ଫ୍ୟାଟି ଦେଖା ଯାଇଥାଏ । ପ୍ରଥମଟି ହେଉଛି ଯେଉଁମାନେ ନିଶା ସେବନ କରିଥାନ୍ତି ସେମାମଙ୍କ ଲାଗି ଏକ ପ୍ରକାରର ଫ୍ୟାଟି ଦେଖା ଯାଇଥାଏ । ଅନ୍ୟଟି ବିନା ନିଶା ସେବନକାରୀ ମାନଙ୍କୁ ଏକ ପ୍ରକାର ଫ୍ୟାଟି ଲିଭର ରୋଗ ଦେଖାଯାଇଥାଏ ।

ଫ୍ୟାଟି ଲିଭର ହେବାର କାରଣ ଜାଣନ୍ତୁ –

ପେଟର ଡାହାଣ ପାଖରେ ଯନ୍ତ୍ରଣା ହେବା

ଅଖି ଏବଂ ଚର୍ମ ହଳଦିଆ ହେବା

ପେଟ ଫୁଲିବା ଓ ଯନ୍ତ୍ରଣା ହେବା

ଗୋଡ ଓ ପାଦ ଫୁଲିବା

ଥକ୍କା ଲାଗିବା ଓ ହଳଦିଆ ପରିଶ୍ରା ହେବା

ବାନ୍ତି ଲାଗିବା ଓ ଭୋକ ନ ହେବା

କେମିତି ଏସବୁକୁ ଏଡାଇ ପାରିବା –

ଯକୃତ ସମ୍ବନ୍ଧୀୟ ରୋଗର ପ୍ରସିଦ୍ଧ ଡାକ୍ତର ଶିବ କୁମାର ସରିନ୍ ଏକ ସାକ୍ଷାତକାରରେ କହିଛନ୍ତି, ଚା ଲିଭର୍ ଲାଗି କ୍ଷତିକାରକ । କିନ୍ତୁ ଯକୃତରୁ ଚର୍ବି ବାହାର କରିବା ପାଇଁ କଫି ସବୁଠୁ ଅଧିକ କାମ କରିଥାଏ । ଫ୍ୟାଟି ଲିଭରରେ କଫି ଫିଇବା ଲାଭଦାୟକ ବୋଲି ଡାକ୍ତର ସରିନ୍ କହିଛନ୍ତି । ଏହା କିଛି ଲୋକଙ୍କୁ ନେଇ ପରୀକ୍ଷା ମଧ୍ୟ କରାଯାଇଛି ।

ଯକୃତ ପାଇଁ ଉପକାରୀ ଖାଦ୍ୟ –

ଆମେ ଆମ୍ଭର ନିଜର ଯକୃତକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟକୁ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛିା ଆମେ ପ୍ରତ୍ୟେକ ଦିନ ସବୁଜ ପରିବା ଖାଇବା ଦରକାର । ବିଭିନ୍ନ ଫଳ ଖାଇବା ଦରକାର । କମଳା, ଲେମ୍ବୁ ଇତ୍ୟାଦି ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିବା ନିରୋଗ ରହିଥାଏ ।

 

Get real time updates directly on you device, subscribe now.