fbpx

ବୟସରେ କମ୍ ଦେଖାଯିବା ପାଇଁ ଦୈନିକ ଖାଆନ୍ତୁ ଏହି ଗୋଟିଏ ଜିନିଷ, ଚମକିବ ତ୍ୱଚା

ଓଡ଼ିଶା ଭାସ୍କର: ସମସ୍ତେ ୟଙ୍ଗ ଓ ସୁନ୍ଦର ଦେଖାଯିବାକୁ ଚାହାନ୍ତି । କିନ୍ତୁ ବୟସ ବଢିବା ଏକ ନିର୍ଦ୍ଧାରିତ ପ୍ରକ୍ରିୟା ଯାହାକୁ ରୋକାଯାଇ ପାରିବ ନାହିଁ । ଯେତେ ଯେତେ ବୟସ ବଢିଥାଏ ସେତେ ସେତେ ଆପଣଙ୍କ ଚେହେରାରେ ବୟସର ଛାପ ନଜର ଆସିଥାଏ । ମୁହଁରେ ରେଖା, ଝୁରିଆ, ତ୍ୱଚା ଢିଲା ହୋଇଯିବା ଆଦି ସମସ୍ୟା ନଜର ଆସିଥାଏ । ଯଦିଓ ଆପଣ ନିଜ ବୟସକୁ ଅଟକାଇ ପାରିବେ ନାହିଁ କିନ୍ତୁ ଏହାର ଗତିକୁ ଧିମା କରିପାରିବେ । ଏହି କ୍ରମରେ ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଚେହେରାରେ ଆପଣଙ୍କ ବୟସର ପ୍ରଭାବ ପଡିବାକୁ ଦେବ ନାହିଁ ।

ଏହି ଜିନିଷର ନାମ ହେଉଛି ପାନ ମଧୁରୀ । ଏହା ପ୍ରତି ଘରେ ମସଲା ଭାବରେ ବ୍ୟବହୃତ ହୋଇଥାଏ । କିନ୍ତୁ ଏହା ତ୍ୱଚା ଲାଗି ଯେ ଅତ୍ୟନ୍ତ ଲାଭଦାୟକ ଯାହା ଖୁବ୍ କମ୍ ଲୋକ ଜାଣନ୍ତି । ପାନ ମଧୁରୀରେ ବହୁ ଯୌଗିକ ଓ ଆଣ୍ଟି ଅକ୍ସିଡାଣ୍ଟ ରହିଛି ଯାହା ଆମ ତ୍ୱଚାକୁ ସୁସ୍ଥ ଓ ସୁନ୍ଦର ରଖିବାରେ ସହାୟକ ହୋଇଥାଏ । ଭିଟାମିନ୍ ସି’ ଓ କ୍ୱେରସେଟିନ୍ ପରି ଶକ୍ତିଶାଳୀ ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର ହୋଇଥିବା କାରଣରୁ ଏହା ଫ୍ରି ରେଡିକଲ୍ସ ସହ ଲଢିବାରେ ସହାୟକ ହୋଇଥାଏ ଓ ବୟସ ବଢିବାର ସଂକେତକୁ କମ୍ କରିଥାଏ । ଏହା ତ୍ୱଚାରେ କୋଲେଜନ୍ ଉତ୍ପାଦନକୁ ବି ବୃଦ୍ଧି କରିଥାଏ ଯାହା ତ୍ୱଚାକୁ ଟାଇଟ୍ ରଖିବାରେ ଆବଶ୍ୟକ ହୋଇଥାଏ ।

Get real time updates directly on you device, subscribe now.