fbpx

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରଙ୍କୁ ଅପହରଣ, ଏକ ଶବ ବ୍ୟବଚ୍ଛେଦକୁ ନେଇ କରାଯାଇଛି ଅପହରଣ

ଭୁବନେଶ୍ୱର:କାଲିମେଳାରେ ଗତକାଲି ରାତିରେ ଜଣେ ଡାକ୍ତରଙ୍କୁ ଅପହରଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଡାକ୍ତର ଅମ୍ଳାନ କୁମାର ଭୋଇଙ୍କୁ ଅପହରଣ କରାଯାଇଛି । କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅମ୍ଲାନ ଭୋଇଙ୍କୁ ଅପହରଣ କରାଯାଇଛି । ଏକ ଶବ ବ୍ୟବଚ୍ଛେଦକୁ ନେଇ ଅପହରଣ କରାଯାଇଥିବା ସୂଚନା ମିଳିଛି । ତେବେ ମାଓବାଦୀ ନାଁରେ ଚିଠି ଛାଡିଯାଇଥିବା ସୂଚନା ମିଳିଛି । ତେଣୁ ମାଓବାଦୀମାନେ ତାଙ୍କୁ ଅପହରଣ କରିଥିବା ନେଇ ଅନୁମାନ କରାଯାଉଛି ।

Get real time updates directly on you device, subscribe now.