fbpx

ଦକ୍ଷିଣ ଆଫ୍ରିକାର ପୁଣିଥରେ ରାଷ୍ଟ୍ରପତି ହେଲେ Cyril Ramaphosa

କେପଟାଉନ: ସିରିଲ ରାମାଫୋସା ପୁଣିଥରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ସଂସଦ ଶୁକ୍ରବାର ସିରିଲ ରାମାଫୋସାଙ୍କୁ ସପ୍ତମ ସଂସଦର ଜାତୀୟ ସଭାର ପ୍ରଥମ ବୈଠକରେ ରାଷ୍ଟ୍ରପତି ଭାବରେ ମନୋନୀତ କରିଛି। ରାମାଫୋସା ଆଫ୍ରିକୀୟ ଜାତୀୟ କଂଗ୍ରେସର ସଭାପତି ଅଟନ୍ତି।

ଆଫ୍ରିକୀୟ ନ୍ୟାସନାଲ କଂଗ୍ରେସ ସାଂସଦ ମଦୁମେସେନି ଏନଟୁଲି ରାଷ୍ଟ୍ରପତିଙ୍କ ପାଇଁ ରାମାଫୋସାଙ୍କ ନାମ ପ୍ରସ୍ତାବ ଦେଇଥିଲେ ଏବଂ ପ୍ରଧାନ ବିଚାରପତି ରେମଣ୍ଡ ଜୋଣ୍ଡୋଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ପ୍ରକ୍ରିୟାରେ ଇଙ୍କାଥା ଫ୍ରିଡମ ପାର୍ଟି ନେତା ତଥା ସାଂସଦ ୱେଲେନକୋସିନି ହଲାବିସା ସମର୍ଥନ କରିଥିଲେ ।

Get real time updates directly on you device, subscribe now.