fbpx

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି: ମାସିକ ଦରମା ୫୦ ହଜାର, ଜୁନ୍ ୨୭ ଆବେଦନର ଶେଷ ତାରିଖ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ କିଛି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନର ଅନ୍ତିମ ତାରିଖ ଜୁନ୍ ୨୭ ରହିଛି । ପ୍ରାର୍ଥୀମାନେ ସେମାନଙ୍କର ସିଭି, ମାଟ୍ରିକ ପରଠାରୁ ସମସ୍ତ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର, କାର୍ଯ୍ୟ ଅଭିଜ୍ଞତା ଡକ୍ୟୁମେଣ୍ଟ ଗୋଟିଏ ପିଡିଏଫ୍ ଫାଇଲରେ ପ୍ରଦତ୍ତ ଇ-ମେଲକୁ ପଠାଇବେ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ପ୍ରାର୍ଥୀମାନେ ସବିଶେଷ ତଥ୍ୟ ପାଇପାରିବେ ।

ପ୍ରାର୍ଥୀଙ୍କୁ ରିସର୍ଚ୍ଚ ଆସୋସିଏଟ୍ ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ରିସର୍ଚ୍ଚ ଆସୋସିଏଟ ପଦ ପାଇଁ ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କାର ବେତନ ଓ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ୨୦ ହଜାର ଟଙ୍କାର ବେତନ ପ୍ରଦାନ କରାଯିବ । ଦୁଇଟି ଯାକ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । କେବଳ ଶର୍ଟଲିଷ୍ଟେଡ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଏଥିପାଇଁ ପ୍ରାର୍ଥୀଙ୍କୁ କୌଣସି ଟିଏ/ଡିଏ ପ୍ରଦାନ କରାଯିବ ନାହିଁ । ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ ଇ-ମେଲ ଜରିଆରେ କଲ୍ ଲେଟର ପଠାଯିବ ।

ନୋଟିଫିକେସନ ଲିଙ୍କ: https://www.buodisha.edu.in/wp-content/uploads/2024/06/Advertisement-for-the-Recruitment-of-Manpower-for-the-Centre-of-Excellence-COEBESO.pdf

Get real time updates directly on you device, subscribe now.