fbpx

ବିଭତ୍ସ ହତ୍ୟାକାଣ୍ଡ: ଏକସାଙ୍ଗରେ ୩ ଜଣଙ୍କୁ ମର୍ଡର

ଭଦ୍ରକ: ରାଇମଣି ଥାନା ଅନ୍ତର୍ଗତ ଏକ ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ । ଏହି ଘଟଣାରେ ଟ୍ରିପଲ ମଡର ଦୃଶ୍ୟ ସାମନ୍ନାକୁ ଆସିଛି । ସୂଚନାଯୋଗ୍ୟ, ଗତ ବୁଧବାର ରାତିରେ ମାଆ ଓ ଝିଅଙ୍କ କ୍ଷତାକ୍ତ ମୃତ ଦେହ ନିକଟରେ ଥିବା କ୍ଷେତରୁ ମିଳିଥିଲା । ଆଜି ସେହି ଘଟଣାସ୍ଥଳରେ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣେ ନବାଳକୁ ପୋଲିସ ଅଟକ ରଖି ଜେରା କରୁଛି । ତଦନ୍ତରୁ ଜଣାପଡିଛି ଯେ ଘଟଣାସ୍ଥଳରୁ ଉଦ୍ଧାର ହୋଇଥିବା ସମସ୍ତ ଶବ ଅଭିଯୁକ୍ତ ନାବଳକର ସମ୍ପର୍କୀୟ ବୋଲି ।

ଏହି ବୃଦ୍ଧାଙ୍କୁ ଦୁଇଦିନ ଆଗରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଏହି ନାଟକୀୟ ଢଙ୍ଗରେ ହୋଇଥିବା ଟ୍ରିପଲ ମର୍ଡର ଅଭିଯୋଗ କ୍ରମେ ଭଦ୍ରକର ଗ୍ରାମାଞ୍ଚଳ ଥାନା ପୋଲିସ ନାବାଳକୁ ଅଟକ ରଖି ଜେରା କରିବା ସହ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.