fbpx

ଅନୁପମା ପିନ୍ଧୁଥିବା ଶାଢୀ ଜିତିବ ଆପଣଙ୍କ ଦିଲ, ଥରେ ବ୍ୟବହାର କରନ୍ତୁ….

ଓଡିଶା ଭାସ୍କର: ମହିଳାମାନେ ସୁନ୍ଦର ଦେଖାଯିବାକୁ ଚାହାନ୍ତି । ଆଉ ଏହି ସୁନ୍ଦରତାକୁ ଦ୍ୱିଗୁଣିତ କରେ ଶାଢୀ । ମାତ୍ର ଅଧିକାଂଶ ମହିଳାମାନେ ଭାବି ପାରନ୍ତି ନାହିଁ ଯେ ସେମାନେ କେଉଁପ୍ରକାର ଶାଢୀ ପରିଧାନ କରିବେ । ଏହି ପରିପ୍ରେକ୍ଷୀରେ ଏବେ ଚର୍ଚ୍ଚାରେ ଅଛି ଅନୁପମା ସିରିୟଲରେ ଅଭିନୟ କରୁଥିବା ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ଓ ଅନ୍ୟମାନଙ୍କ ଶାଢୀ । ସେମାନେ ଭିନ୍ନ ଭିନ୍ନ ପ୍ରକାରର ଶାଢୀ ପରିଧାନ କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛନ୍ତି । ସେମାନଙ୍କୁ ତାଙ୍କ ଶାଢୀ, ପ୍ରଶଂସକଙ୍କ ହୃଦୟରେ ରାଜ କରିବା ପାଇଁ ରାହା ଦେଖାଇ ପାରିଛି । ଭିନ୍ନ ଭିନ୍ନ ଶାଢୀରେ ଅନୁପମା, ମାନେ ରୂପା ଗାଙ୍ଗୁଲି ବେଶ୍ ହଟ ଆଣ୍ଡ ସେକ୍ସି ଲାଗୁଛନ୍ତି । ଯାହା ପ୍ରଶଂସକଙ୍କ ହୃଦୟ ଜିତିବା ପାଇଁ ଯଥେଷ୍ଟ । ଆପଣ ମଧ୍ୟ ସେ ପରିଧାନ କରୁଥିବା ଶାଢୀ ପିନ୍ଧି ନିଜକୁ ଅଧିକ ସୁନ୍ଦର କରିପାରିବେ ।
ରୂପାଲି ପିନ୍ଧୁଥିବା ଶାଢୀ ମଧ୍ୟରେ ରହିଛି ପିଙ୍କ ଶାଢୀ । ଯାହାକୁ ଆପଣ ସେମି ସ୍ଲିବଲେସ ବ୍ଲାଉଜ ସହ ପିନ୍ଧି ପାରିବେ ଓ ତାଙ୍କ ଭଳି ଦେଖାଯିବେ । ଏଭଳି ଶାଢୀ ପିନ୍ଧି ରୂପାଲି ସିରିୟଲରେ ଚାର ଚାନ୍ଦ ଲଗାଇଥାନ୍ତି । ତାହା ସହ ତାଙ୍କର ସ୍କାଇ ବ୍ଲୁ ଶାଢୀ ବି ଟ୍ରାଏ କରି ପାରିବେ । ଏହାସହ ଆପଣ ମେଚିଂ ଜ୍ୱେଲେରୀ ବି ପିନ୍ଧି ପାରିବେ ଓ ନିଜକୁ ଭିନ୍ନ ଲୁକ ଦେଇ ପାରିବେ । ଅଭିନେତ୍ରୀ ରୂପାଲି ଗାଙ୍ଗୁଲି ସିରିୟଲ ଅନୁପମାରେ ବନାରସୀ ଷ୍ଟାଇଲର ବି ଅନେକ ଶାଢୀ ପରିଧାନ କରନ୍ତି । ଯାହାକୁ ପିନ୍ଧି ମହିଳାମାନେ ଭିନ୍ନ ହେୟାର ଷ୍ଟାଇଲ କରି ନିଜର ସୌନ୍ଦର୍ଯ୍ୟ ବଢାଇ ପାରିବେ । ଏତଦବାଦ ଆପଣ ଅନୁପମା ସିରିୟଲରେ ସେ ଓ ତାଙ୍କ ସହଯୋଗୀ ମହିଳା କଳାକାର ପିନ୍ଧୁଥିବା ଅନ୍ୟସବୁ ଶାଢୀ ମଧ୍ୟ ପିନ୍ଧି ପାରିବେ ନିଜକୁ ଅନ୍ୟମାନଙ୍କଠାରୁ ଭିନ୍ନ କରିବା ପାଇଁ ।

Get real time updates directly on you device, subscribe now.