fbpx

X ରେ ଟ୍ରେଣ୍ଡ କରୁଛି #BoycottJio ଏବଂ #BSNL ର ଘରକୁ ଫେରିବା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଦେଶର ବଡ ଟେଲିକମ କମ୍ପାନୀମା ଜିଓ, ଏୟାରଟେଲ ଏବଂ ଭିଆଇ ଚଳିତ ମାସରେ ରିଚାର୍ଜ ମୂଲ୍ୟ ବଢାଇଛନ୍ତି । ଏହାପରେ ଲୋକଙ୍କୁ ବର୍ତ୍ତମାନ ରିଚାର୍ଜ କରିବା ସମୟରେ ଏହା ଦେଖିବାକୁ ପଡିବ ଯେ, କେଉଁ ପ୍ଲାନ ସେମାନଙ୍କ ବଜେଟରେ ଆସିବ । ଟେଲିକମ କମ୍ପାନୀମାନ ଏକା ସଙ୍ଗରେ ବଢିଥିବା ମୂଲ୍ୟର କାରଣରୁ ଲୋକେ କ୍ରୋଧିତ ହୋଇଛନ୍ତି ।

ଏକ୍ସରେ ଲୋକେ ନିଜ କ୍ରୋଧ ପ୍ରକାଶ କରି #BoycottJio ଟ୍ରେଣ୍ଡ କରୁଛି । ତେବେ ଅନେକ ୟୁଜର୍ସ ବର୍ତ୍ତମାନ ବିଏସଏନଏଲକୁ ଆପଣେଇବାର ଚର୍ଚ୍ଚା ଚଳାଇଛନ୍ତି । ଏହି କାରଣରୁ ଏକ୍ସରେ  #BSNL ପୁନଶ୍ଚ ଘରକୁ ଫେରିବାରେ ଟ୍ରେଣ୍ଡ କରୁଛି । ଯେଉଁଥିରେ ଏପର୍ଯ୍ୟନ୍ତ ୧୫,୦୦୦ ରୁ ଅଧିକ ଲୋକେ ଏହି ହାସଟ୍ୟାଗ ସହ ପୋଷ୍ଟ କରିସାରିଛନ୍ତି ।

ଏକ୍ସରେ ୟୁଜର୍ସ BSNL ର ପ୍ରଶଂସା କରି ପୋଷ୍ଟ କରୁଛନ୍ତି । ଅନେକ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ଲକ୍ଷ ଲକ୍ଷ ଲୋକେ ୩ ଦିନରେ ନିଜ ସିମ BSNL କୁ ପୋର୍ଟ କରିସାରିଛନ୍ତି । ତେବେ ଅନେକ ୟୁଜର୍ସ BSNL ପ୍ଲାନ୍ସକୁ ପ୍ରାଇଭେଟ କମ୍ପାନୀମାନଙ୍କ ସହ ତୁଳନା କରୁଛନ୍ତି ।

BSNL ର ୩୯୭ ଟଙ୍କିଆ ପ୍ଲାନ ସମସ୍ତଙ୍କ ପାଇଁ ସଠିକ ରହିବ । ଏଥିରେ ଆପଣଙ୍କୁ ୧୫୦ ଦିନର ଲମ୍ବା ଭାଲିଡିଟୀ ମିଳିବ । ସେହିପରି ଏଥିରେ ମିଳୁଥିବା ସର୍ଭିସ କଥା କହିଲେ, ଏଥିରେ ଆପଣଙ୍କୁ ଅନଲିମିଟେଡ ଭଏସ କଲିଙ୍ଗ ଏବଂ ଡେଲି ୨ ଜିବି ଡାଟା ମଧ୍ୟ ମିଳିବ । ଏହା ବ୍ୟତୀତ ୧୦୦ ଏସଏମଏସ ମଧ୍ୟ ଫ୍ରି ମିଳିବ । ଏଥିରେ ମିଳୁଥିବା ସମସ୍ତ ବେନିଫିଟ ମାତ୍ର ଏକ ମାସ ଅର୍ଥାତ ୩୦ ଦିନ ପାଇଁ ରହିବ ।

Get real time updates directly on you device, subscribe now.