fbpx

Jio ଦେଲା ପୁଣି ଦୁଇଟି ଝଟକା: ସିମ୍ ଆକ୍ଟିଭ୍ ରଖିବା ହେଲା ମହଙ୍ଗା, ହଟାଇଲା ଦୁଇଟି ଶସ୍ତା ପ୍ଲାନ୍ସ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗତ ମାସରେ ତା’ର ରିଚାର୍ଜ ପ୍ଲାନ୍ସର ଦର ବୃଦ୍ଧି କରିଥିଲା । ଏଥିସହିତ କମ୍ପାନୀ ତା’ର ଦୁଇଟି ଶସ୍ତା ପ୍ଲାନ୍ସକୁ ମଧ୍ୟ ବନ୍ଦ କରିଦେଇଥିଲା । ଜୁଲାଇ ୩ ତାରିଖରୁ ଗ୍ରାହକଙ୍କ ପାଇଁ ଜିଓ ସେବା ମହଙ୍ଗା ହୋଇଯାଇଛି । ଏହାପରେ ଚଳିତ ମାସ ପ୍ରଥମ ସପ୍ତାହରେ କମ୍ପାନୀ ତା’ର ୧୦ଟି ପ୍ଲାନ୍ସକୁ ଲିଷ୍ଟରୁ ହଟାଇ ଦେଇଥିଲା । ଫଳରେ ଜିଓ ଗ୍ରାହକଙ୍କୁ ଗୋଟିଏ ପରେ ଆଉ ଗୋଟିଏ ଝଟକା ଲାଗିଥିଲା ।

ତେବେ ଏହା ମଧ୍ୟରେ ଜିଓ ଗ୍ରାହକଙ୍କୁ ପୁଣି ଦୁଇଟି ଝଟକା ଲାଗିଛି । ଏଣିକି ସିମକୁ ଆକ୍ଟିଭ ରଖିବା ମହଙ୍ଗା ହୋଇଯିବ । କାରଣ କମ୍ପାନୀ ଦୁଇଟି ଶସ୍ତା ପ୍ଲାନ୍ସକୁ ଏବେ ତା’ର ପୋର୍ଟୋଫୋଲିୟୋରୁ ହଟାଇ ଦେଇଛି । ଜିଓ ୧୪୯ ଟଙ୍କିଆ ଓ ୧୭୯ ଟଙ୍କିଆ ପ୍ଲାନକୁ ରିମୁଭ୍ କରିଦେଇଛି । ଏଥିସହିତ କମ୍ପାନୀ କିଛି ପ୍ଲାନର ଦାମ୍ ମଧ୍ୟ ବୃଦ୍ଧି କରିଛି । ତେଣୁ ଏଣିକି ସିମକୁ ଆକ୍ଟିଭ ରଖିବାକୁ ହେଲେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଅର୍ଥ ଗଣିବାକୁ ପଡ଼ିବ ।

ଜିଓର ସର୍ବନିମ୍ନ ରିଚାର୍ଜ ପ୍ଲାନ ଏବେ ୧୮୯ ଟଙ୍କା ରହିଛି । ଏଥିରେ ଗ୍ରାହକଙ୍କୁ ୨ ଜିବି ମୋବାଇଲ ଡାଟା, ଅସୀମିତ କଲିଂ, ୩୦୦ ଏସଏମଏସ ଓ ଜିଓ ଆପ୍ସ ସବସ୍କ୍ରିପସନ ମିଳିବ । ଏହାର ବୈଧତା ୨୮ ଦିନ ପାଇଁ ରହିଛି । ପୂର୍ବରୁ ଏହି ପ୍ଲାନ୍ସ ୧୫୫ ଟଙ୍କାରେ ଆସୁଥିବା ବେଳେ ଏବେ ତାହା ୨୨ ପ୍ରତିଶତ ବଢ଼ିଯାଇଛି । କମ୍ପାନୀ ରିଚାର୍ଜ ପ୍ଲାନ୍ସର ଦର ବୃଦ୍ଧି କରିବା ସହିତ ଅନଲିମିଟେଡ ୫ଜି ସେବାରେ ମଧ୍ୟ ପରବର୍ତ୍ତନ କରିଛି । ଏଣିକି ଦୈନିକ ୨ ଜିବି ବା ତା’ଠାରୁ ଅଧିକ ଡାଟା ପ୍ଲାନ୍ସରେ ହିଁ ୫ଜି ସେବାର ଫାଇଦା ଉଠାଇ ପାରିବେ ଗ୍ରାହକ । ଦୈନିକ ୧.୫ ଜିବି ଡାଟା ପ୍ଲାନ ନେଇଥିବା ଗ୍ରାହକଙ୍କୁ ୫ଜି ଡାଟା ବୁଷ୍ଟର କିଣିବାକୁ ପଡ଼ିବ ।

Get real time updates directly on you device, subscribe now.