fbpx

ଗୁଜୁରାଟରେ ପହଞ୍ଚିଲା ବିପଜ୍ଜନକ ଭାଇରସ୍! ମସ୍ତିଷ୍କ ଫୁଲିଯିବା ପରେ ମୃତ୍ୟୁ ; ଚାରି ପିଲାଙ୍କ ମୃତ୍ୟୁରେ ହଇଚଇ

ଅହମ୍ମଦାବାଦ: ଗୁଜୁରାଟ ଏବଂ ରାଜସ୍ଥାନର ସୀମାନ୍ତ ଅଞ୍ଚଳରେ ଚାନ୍ଦିପୁରା ଭାଇରସର ସଂକ୍ରମଣ ବ୍ୟାପିଛି । ଗୁଜୁରାଟର ସାବରକାଣ୍ଠା ଜିଲ୍ଲାର ହିମ୍ମତନଗରରେ ଚାନ୍ଦିପୁରା ଭାଇରସ୍ ସଂକ୍ରମଣ ହେତୁ ୪ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି ।

ଯଦିଓ ଏପର୍ଯ୍ୟନ୍ତ ଏହି ଭାଇରସ୍ ନିଶ୍ଚିତ ହୋଇନାହିଁ । ଦୁଇ ପିଲା ଗୁରୁତର ଅସୁସ୍ଥ ଅଛନ୍ତି । ଉଭୟ ଶିଶୁ ହିମ୍ମତନଗର ସିଭିଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ଚାନ୍ଦିପୁରା ଜୀବାଣୁ କ’ଣ?

ଚାନ୍ଦିପୁରା ଜୀବାଣୁ ଜ୍ୱର ସୃଷ୍ଟି କରେ, ଯାହାର ଲକ୍ଷଣ ଫ୍ଲୁ ପରି । ଏଥିରେ ମସ୍ତିଷ୍କ ଫୁଲିଯାଏ । ଏହି ଭାଇରସ୍ ମଶା, ମାଛି ଏବଂ କୀଟପତଙ୍ଗ ଦ୍ୱାରା ବିସ୍ତାର ହୁଏ । ବାସ୍ତବରେ, ମହାରାଷ୍ଟ୍ରର ନାଗପୁରର ଚାନ୍ଦିପୁର ଗାଁରେ ୧୯୬୬ ମସିହାରେ ୧୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନେ ମରିବା ଆରମ୍ଭ କଲେ । ଏହି ଭାଇରସର ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଥିଲା । ସେବେଠାରୁ ଏହି ଭାଇରସର ନାମ ଚାନ୍ଦିପୁରା ଭାଇରସ୍ ରଖାଯାଇଥିଲା ।

ସାବରଖା ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରାଜ ସୂତରିଆ କହିଛନ୍ତି ଯେ ସମସ୍ତ ୬ ଜଣ ଶିଶୁଙ୍କ ରକ୍ତ ନମୁନାକୁ ପୁଣେର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି) କୁ ପଠାଯାଇଛି । ରେଜଲ୍ଟକୁ ଅପେକ୍ଷା କରାଯାଇଛି ।

Get real time updates directly on you device, subscribe now.