fbpx

(Video) ବଲିଉଡ ଫିଲ୍ମ ‘ସ୍ତ୍ରୀ ୨’ର ଟ୍ରେଲର ରିଲିଜ୍ ହେଲା

ନୂଆଦିଲ୍ଲୀ: ବଲିଉଡର ହରର-କମେଡି ଫିଲ୍ମ ‘ସ୍ତ୍ରୀ’ର ଦ୍ୱିତୀୟ ଭାଗ ‘ସ୍ତ୍ରୀ ୨’ ଖୁବଶୀଘ୍ର ସିନେମା ଘରକୁ ଆସିବ । ଫିଲ୍ମ ନିର୍ମାତା ଏ ବାବଦରେ ପୂର୍ବରୁ ସୂଚନା ଦେବା ସହ ଫିଲ୍ମର ନୂଆ ପୋଷ୍ଟର ରିଲିଜ୍ କରିଥିଲେ । ଅଭିନେତ୍ରୀ ଶ୍ରଦ୍ଧା କପୁର ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ନୂଆ ପୋଷ୍ଟର ଶେୟାର କରିଥିଲେ । ଏହା ମଧ୍ୟରେ ଆଜି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏହି ଟ୍ରେଲରଙ୍କୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ ରହସ୍ୟମୟ ମାହୋଲ ସୃଷ୍ଟି କରିଛି ।

ଫିଲ୍ମର ନିର୍ଦ୍ଦେଶକ ଅମର କୌଶିକ ରହିଥିବା ବେଳେ ସେ ପ୍ରଥମ ଭାଗରେ ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ । ‘ସ୍ତ୍ରୀ ୨’ରେ ପୁଣି ଥରେ ଶ୍ରଦ୍ଧା କପୁର ଓ ରାଜକୁମାର ରାଓ ଏକାଠି ପରଦାରେ ଆସିବେ । ଏଥିସହିତ ପଙ୍କଜ ତ୍ରିପାଠୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଆସିବେ । ଆଜି ଫିଲ୍ମର ଟ୍ରେଲର ରିଜିଜ ହୋଇଥିବା ବେଳେ ଅଗଷ୍ଟ ୧୫ରେ ତାହାକୁ ସିନେମା ଘରେ ରିଲିଜ୍ କରାଯିବ । ଫିଲ୍ମର ପ୍ରଥମ ଭାଗର ସଫଳତା ପରେ ଦ୍ୱିତୀୟ ଭାଗ ନିର୍ମାଣ ପାଇଁ ଦର୍ଶକ ଆଶା କରିଥିଲେ । ତେଣୁ ଏବେ ଫିଲ୍ମଟି ବକ୍ସ ଅଫିସରେ କେମିତି କମାଲ୍ କରୁଛି ତାହା ଦେଖିବାକୁ ବାକି ରହିଥିଲା ।

 

View this post on Instagram

 

A post shared by Shraddha ✶ (@shraddhakapoor)

Get real time updates directly on you device, subscribe now.