fbpx

ଏଣିକି ଏକସାଙ୍ଗରେ ତିନୋଟି ରାଇଡ କରିପାରିବେ ବୁକ୍‌, Uber ଭାରତରେ ଲଞ୍ଚ କଲା ନୂଆ ସର୍ଭିସ

ନୂଆଦିଲ୍ଲୀ: କ୍ୟାବ ବୁକିଙ୍ଗ ଆପ ଉବେର ଭାରତରେ Concurrent Rides ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର୍ସ ଜରିଆରେ ୟୁଜର୍ସ ଏକସଙ୍ଗରେ ତିନୋଟି ରାଇଡ ବୁକ କରିପାରିବ । ୟୁଜର ଏହି ଫିଚରର ବ୍ୟବହାର କରି ଡ୍ରାଇଭରକୁ ସିଧା କ୍ୟାସ ବା ଆପ ଜରିଆରେ ପେମେଣ୍ଟ କରିପାରିବେ । ସୂଚନା ମୁତାବକ ଏନେଇ କୌଣସି ସୂଚନା ସାମ୍ନାକୁ ନାହିଁ ଯେ, ଏହି ସର୍ଭିସକୁ କେଉଁ ସହରରେ କାର୍ଯ୍ୟକାରୀ କରାଯିବ ।

ଏହି ଫିଚରରେ ଯେତେବେଳେ ମଧ୍ୟ ୟୁଜର ନିଜର କୌଣସି ସାଙ୍ଗ ବା ପରିବାରର ସଦସ୍ୟ ପାଇଁ ରାଇଡ ବୁକ କରିବେ, ସେହି ରାଇଡ ଡିଟେଲର ସୂଚନା ୟୁଜରଙ୍କୁ ଟେକ୍ସଟ ମେସେଜ ବ୍ୟତୀତ ହ୍ୱାଟ୍ସଆପରେ ମଧ୍ୟ ମିଳିବ । ରାଇଡ ଡିଟେଲରେ ଡ୍ରାଇଭର ସହ ସେୟାର କରିବା ପରେ ରାଇଡ ଆରମ୍ଭ ହୋଇଯିବ । Concurrent Rides ଫିଚର ଭାରତ ବ୍ୟତୀତ ଅନେକ ଦେଶରେ ଜାରି କରାଯାଇଛି ।

ଏହା ବ୍ୟତୀତ କମ୍ପାନୀ ଗତ ବର୍ଷ ଡିସେମ୍ବରରେ ୟୁଜର୍ସଙ୍କ ପାଇଁ ରାଉଣ୍ଡ ଟ୍ରିପ ଫିଚରକୁ ରୋଲଆଉଟ କରିଥିଲା । ବହୁ ବାଟ ଯାତ୍ରା କରୁଥିବା ୟୁଜର୍ସଙ୍କ ପାଇଁ ଏହି ଫିଚର ରୋଲଆଉଟ କରାଯାଇଥିଲା । ଏହି ଫିଚରରେ ୟୁଜର୍ସ ଗୋଟିଏ କାର ଏବଂ ଡ୍ରାଇଭରଙ୍କୁ ପାଞ୍ଚ ଦିନ ପାଇଁ ବୁକ କରିପାରିବ ।

Get real time updates directly on you device, subscribe now.