fbpx

ପ୍ରସବ ପରେ ଦେଖାଯିବନି ଷ୍ଟ୍ରେଚମାର୍କ, ଫଲୋ କରନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ପ୍ରସବ ପରେ ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହୋଇଥାଏ । କିନ୍ତୁ ଶରୀରରେ ଏପରି କିଛି ଦାଗ ରହିଯାଇଥାଏ, ଯାହାକି ବର୍ଷ ବର୍ଷ ଧରି ଦେଖା।ଯାଏ । ପ୍ରସବ ପରେ ଷ୍ଚ୍ରେଚ୍ ମାର୍କ ମହିଳାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥାଏ । ଗର୍ଭାଶୟରେ ଛୁଆର ବିକାଶ ସହିତ ପେଟର ଆକାର ମଧ୍ୟ ବୃଦ୍ଧି ପାଇଥାଏ । ଫଳରେ ଏହି ସବୁ ସ୍ଥାନରେ ଷ୍ଟ୍ରେଟ୍ ମାର୍କ ଦେଖାଯାଇଥାଏ । ବିଶେଷକରି ପ୍ରସବ ପରେ ତଳିପେଟ, ସ୍ତନ, ଜଘଂ ଏବଂ ଅଣ୍ଟାରେ ଏହି ଷ୍ଟ୍ରେଚ୍ ମାର୍କ ରହିଥାଏ ।

ଗର୍ଭାବସ୍ଥାରେ ପେଟର ଆକାର ବୃଦ୍ଧି ପାଇବା କାରଣରୁ ଚର୍ମର ଉଭୟ ସ୍ତର ପ୍ରସାରିତ ହୋଇଥାଏ । କୋଲେଜନ୍ ଫାଟିଯିବା କାରଣରୁ ଶରୀରରେ ଷ୍ଚ୍ରେଚମାର୍କ ଦେଖାଯାଇଥାଏ । ଏହା ଆଖିକୁ ଦେଖିବା ପାଇଁ ଅସୁନ୍ଦର ହୋଇଥିବା ବେଳେ ମହିଳାମାନେ ମଧ୍ୟ ଏହାକୁ ନେଇ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଏହି ଦାଗକୁ ଶରୀରରୁ ହଟାଇବା ପାଇଁ ଘରୋଇ ଉପଚାର କିମ୍ବା କ୍ରିମର ବ୍ୟବହାର କରିଥାନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗର୍ଭାବସ୍ଥା ସମୟରେ ଛୋଟଛୋଟ ବିଷୟ ଉପରେ ଧ୍ୟାନ ରଖିଲେ ପ୍ରସବ ପରେ ସମସ୍ୟା ଭୋଗିବାକୁ ପଡିବ ନାହିଁ ।

ଗର୍ଭାବସ୍ଥାରେ ଆପଣାନ୍ତୁ ଏହି ଟିପ୍ସ
ତ୍ବଚାର କୋମଳତା ବଜାୟୀ ରଖନ୍ତୁ- ପ୍ରସବ ପରେ ଷ୍ଟ୍ରେଚମାର୍କକୁ ଏଡାଇବା ପାଇଁ ଗର୍ଭାବସ୍ଥାରେ ହିଁ ଚର୍ମକୁ କୋମଳତା ରକ୍ଷା କରିବା ଜରୁରୀ ଅଟେ । ପ୍ରଥମ ମାସରୁ ହିଁ ଚର୍ମରେ କ୍ୟାଷ୍ଟର ତେଲ ବ୍ୟବହାର କରିବା ଜରୁରୀ ଅଟେ । ଏହାବ୍ୟତୀତ ନଡିଆ ତେଲ ଏବଂ ଅଲିଭ ଅଏଲ୍ ମଧ୍ୟ ବ୍ୟବହାର କରିପାରିବେ । ଏହା ଦ୍ବାରା ଚର୍ମ ହାଇଡ୍ରେଟ ରହିଥାଏ । ଚର୍ମକୁ ସୁସ୍ଥ ରଖିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ ।
ଅଧିକ ପାଣି ପିଇବା ଜରୁରୀ- ଯଦି ଦେଖିବା ଅନେକ ମହିଳା ସାଧାରଣତଃ କମ୍ ପାଣି ପିଇଥାନ୍ତି । କିନ୍ତୁ ଏହା ଚର୍ମ ସହିତ ଶରୀର ଉପରେ ମଧ୍ୟ କୁପ୍ରଭାବ ପକାଇଥାଏ । ଅଧିକ ପାଣି ପିଇବା ଦ୍ବାରା ତ୍ବଚା ଭିତରୁ ହାଇଡ୍ରେଟ ରହିଥାଏ । ତେବେ ପାଣିର ଆବଶ୍ୟକତା ପୂରଣ କରିବା ପାଇଁ ନଡିଆ ପାଣି କିମ୍ବା ଫଳରସ ମଧ୍ୟ ପିଇପାରିବେ ।

ନଖରେ କୁଣ୍ଡାନ୍ତୁ ନାହିଁ– ଯେତେବେଳେ ମା ପେଟରେ ଶିଶୁର ବିକାଶ ହୋଇଥାଏ, ସେତେବେଳେ ଓଜନ ମଧ୍ୟ ବୃଦ୍ଧି ପାଇଥାଏ । ଅନ୍ୟପଟେ ଚର୍ମ ପ୍ରସାରିତ ହେବା ସହିତ କୁଣ୍ଡେଇ ମଧ୍ୟ ହୋଇଥାଏ । କିନ୍ତୁ ଏହି ସମୟରେ ଭୁଲରେ ମଧ୍ୟରେ ନଖରେ କୁଣ୍ଡାଇବା ଉଚିତ ନୁହେଁ । କାରଣ ଏହା ଦ୍ବାରା ଷ୍ଟ୍ରେଚ୍ ମାର୍କ ସହିତ ଗଭୀର ଦାଗ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଏଥିପାଇଁ କୋମଳ କପଡାର ବ୍ୟବହାର କରିପାରିବେ ।

କ୍ରିମ କିମ୍ବା ଲୋସନ୍ ଲଗାନ୍ତୁ– ଗର୍ଭାବସ୍ଥାରେ ଅନେକ ମହିଳା ନିଜ ଚର୍ମରେ ତେଲର ବ୍ୟବହାର କରନ୍ତି ନାହିଁ । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭିଟାମିନ୍-E, ହାଇଲୁରୋନିକ୍ ଏସିଡ୍, ଏବଂ କୋଲେଜନ୍ ଭଳି କ୍ରିମର ବ୍ୟବହାର କରିବା ଜରୁରୀ ଅଟେ । ଏହା ଦ୍ବାରା ଚର୍ମ କୋମଳ ହେବା ସହିତ ଷ୍ଟ୍ରେଚମାର୍କର ସହସ୍ୟା ମଧ୍ୟ ହେବାର ସମ୍ଭାବନା କମ୍ ରହିଥାଏ ।

ବିଦ୍ର: ଏହା ଓଡିଶା ଭାସ୍କରର ନିଜସ୍ବ ମତ ନୁହେଁ । ଏହା ଜାତୀୟ ଗଣମାଧ୍ୟମ ଉପରେ ଆଧାରିତ ଖବର ଅଟେ ।

Get real time updates directly on you device, subscribe now.