fbpx

ବଡ ଖବର: ରାଜ୍ୟରେ ପୁଣି ୨ ଜୀବନ ନେଲା କରୋନା

ଭୁବନେଶ୍ୱର, ୨୯ ।୬(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ପୁଣି ୨୪୫ ଜଣ ପଜିଟିଭ୍ ବାହାରିଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ଏହି କ୍ରମରେ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ମୃତକ ୨ ଜଣ ଗଞ୍ଜାମ ବୋଲି ଜଣାପଡିଛି । ଗଞ୍ଜାମରେ କରୋନା ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଉଭୟଙ୍କର ବୟସ ୪୮ ବର୍ଷ ଓ ୫୨ ବର୍ଷ ବୋଲି ଜଣାପଡ଼ିଛି ।

ଅନ୍ୟପଟେ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୮୫୯କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୨୦୮୬ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ୪,୭୪୩ ଜଣ ସୁସ୍ଥ ହୋଇ ସାରିଛନ୍ତି ।

Get real time updates directly on you device, subscribe now.