fbpx

ଶ୍ରୀଲଙ୍କାର ନୂତନ ରାଷ୍ଟ୍ରପତି ଅନୁରା କୁମାରା ଭାରତ ପାଇଁ ବିପଦ କି! ଜାଣନ୍ତୁ କିପରି

ନୂଆଦିଲ୍ଲୀ: ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ନୂଆ ରାଷ୍ଟ୍ରପତି ମିଳିବାକୁ ଯାଉଛି। ଶ୍ରୀଲଙ୍କାରେ ହେଉଥିବା ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ଏଥର ମାର୍କ୍ସବାଦୀ ନେତା ଅନୁରା କୁମାରା ଦିସାନାୟକେଙ୍କୁ ବହୁ ମତ ମିଳିଛି। ଅନୁରା କୁମାର ବର୍ତ୍ତମାନ ରାଷ୍ଟ୍ରପତି ହେବେ ବୋଲି ଧାର୍ଯ୍ୟ ହୋଇସାରିଛି। ତେବେ ଅନୁରା କୁମାରାଙ୍କ ରାଷ୍ଟ୍ରପତି ହେବା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି। ଯେପରି ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତ ବିରୋଧୀ ଅଭିଯାନ ଚଳାଇ କ୍ଷମତାକୁ ଆସିଥିଲେ, ଅନୁରା କୁମାରା ମଧ୍ୟ ସେପରି। କୁହାଯାଉଛି ଯେ, ଅନୁରା କୁମାରା ଚୀନ ସମର୍ଥକ ଅଟନ୍ତି। ନିର୍ବାଚନ ପ୍ରଚାର ସମୟରେ ସେ ଜନତାକୁ ଏହା ପ୍ରତିଜ୍ଞା କରିଥିଲେ ଯେ, ଭାରତ ସହ ଚାଲୁଥିବା ଅନେକ ପ୍ରୋଜେକ୍ଟକୁ ସେ ବନ୍ଦ କରିଦେବେ। ସେ ଅଦାନୀ ଗ୍ରୁପ ବିରୋଧରେ ମଧ୍ୟ ଭାଷଣ ଦେଇଛନ୍ତି।

ଦ ହିନ୍ଦୁ ରିପୋର୍ଟ ମୁତାବକ, ଭୋଟିଙ୍ଗ ପୂର୍ବରୁ ସୋମବାର ଦିନ ଅନୁରା କୁମାରା ଅଦାନୀ ଗ୍ରୁପର ପ୍ରକଳ୍ପ ବାୟୁ ଶକ୍ତି ବାତିଲ କରିବାକୁ ଶପଥ ନେଇଛନ୍ତି। ଏକ କାର୍ଯ୍ୟକ୍ରମ ସମୟରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଅଦାନୀ ଗ୍ରୁପର ବାୟୁ ଶକ୍ତି କଣ ଶ୍ରୀଲଙ୍କା ସାର୍ବଭୌମତ୍ୱ ପ୍ରତି ବିପଦ ଅଟେ। ଏହା ଉପରେ ଅନୁରା କୁମାରା କହିଛନ୍ତି ଯେ, ନିଶ୍ଚିତ ଭାବେ ଏହି ପ୍ରକଳ୍ପକୁ ବନ୍ଦ କରାଯିବା ଆବଶ୍ୟକ, କାରଣ ଏହା ଶ୍ରୀଲଙ୍କା ସାର୍ବଭୌମତ୍ୱ ପାଇଁ ବିପଦ ଅଟେ। ଏଥିସହ ୧୯୮୭-୧୯୯୦ ମସିହା ମଧ୍ୟରେ ଦିଶାନୟକେଙ୍କ ଦଳ ଭାରତ ବିରୋଧରେ ହିଂସାତ୍ମକ ବିଦ୍ରୋହ କରିସାରିଛି।

Get real time updates directly on you device, subscribe now.