fbpx

୯୦୦ ଟଙ୍କା ବୃଦ୍ଧି ପାଇ ରେକର୍ଡ ଭାଙ୍ଗିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ଗୋଲ୍ଡ ମୂଲ୍ୟ କେତେ

ନୂଆଦିଲ୍ଲୀ: ଦେଶରେ ସୁନା-ରୂପା ଦରରେ ବୃଦ୍ଧି ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି। ସୁନା-ରୂପା ଦର ଏହା ଇଙ୍ଗିତ କରୁଛି ଯେ, ଆଗାମୀ ପାର୍ବଣ ଋତୁ ଏବଂ ବିବାହ ଉତ୍ସବରେ ସୁନା-ରୂପା ଦରରେ ଅତ୍ୟଧିକ ବୃଦ୍ଧି ଘଟିବ। ଆଜିର ଫ୍ୟୁଚର ମାର୍କେଟରେ ଦର ଦେଖିଲେ ଏମସିଏକ୍ସ ଉପରେ ମଧ୍ୟ ସୁନା ଏବଂ ରୂପା ଦରରେ ବୃଦ୍ଧି ଘଟିଛି।

ଏମସିଏକ୍ସରେ ସୁନା ଦର ଆଜି ୧୦ ଗ୍ରାମ ପିଛା ୭୫,୯୩୮ ଟଙ୍କାରେ ପହଞ୍ଚିଛି ଏବଂ ଏଥିରେ ଗତକାଲି ଅପେକ୍ଷା ହ୍ରାସ ଘଟିବା ଦେଖିବାକୁ ମିଳିଛି। ଏହି କମୋଡିଟୀରେ ଆଜି ୧୦ ଗ୍ରାମ ପିଛା ୭୬,୦୧୪ କାରବାର ହୋଇଛି। ଆଜି ଏଥିରେ ୧୦ ଗ୍ରାମ ପିଛା ୭୫ ହଜାର ୯୦୧ ଟଙ୍କାରେ ସର୍ବନିମ୍ନ ସ୍ତରରେ ଦେଖିବାକୁ ମିଳିଛି। କାଲି ଏହା ୧୦ ଗ୍ରାମ ପିଛା ୭୫,୯୪୦ ଟଙ୍କାରେ ଟ୍ରେଣ୍ଡ କରୁଥିଲା।

ଫ୍ୟୁଚର ବଜାରରେ ଏହି ମେଟାଲ ନିଜର ସବୁଠୁ ଉଚ୍ଚ ସ୍ତରରେ ଯାଇସାରିଥିଲା। ଫ୍ୟୁଚର ବଜାରରେ ଦିଲ୍ଲୀ ଏନସିଆରର ରେଟ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏହା କାଲିର କ୍ଲୋଜିଙ୍ଗରେ ୧୦ ଗ୍ରାମ ପିଛା ୭୭ ହଜାର ୮୫୦ ଟଙ୍କାରେ ଥିଲା। ଏଥିରେ ୯୦୦ ଟଙ୍କା ବୃଦ୍ଧି ପାଇ ଐତିହାସିକ ଶିଖରକୁ ଛୁଇଁଛି।

Get real time updates directly on you device, subscribe now.