fbpx

‘ମେରୀ ମୌତ ହି ମେରୀ ଦୁଲହନ ହୋଗୀ..’, ବିବାହ ପ୍ରସଙ୍ଗକୁ ନେଇ ମାଆଙ୍କୁ ଏପରି ଉତ୍ତର ଦେଇଥିଲେ ଭଗତ ସିଂହ

ନୂଆଦିଲ୍ଲୀ: ସହିଦ ଭଗତ ସିଂହ ଏଭଳି ଏକ ନାମ, ଯିଏ ଦେଶ ବିଦେଶର ଯୁବକଙ୍କୁ ପ୍ରେରଣା ଦେଇଥାଏ। ଆଜି ଅର୍ଥାତ ୧୯୦୭ ମସିହା ୨୮ ସେପ୍ଟେମ୍ବରର ଲାହୋର (ବର୍ତ୍ତମାନ ପାକିସ୍ତାନ)ରେ ଭଗତ ସିଂହ ଜନ୍ମ ନେଇଥିଲେ। ଭଗତ ସିଂହ ଭାରତୀୟ ସ୍ୱାଧୀନତା ସଂଗ୍ରାମର ମହାନ ଯୋଦ୍ଧା ଏବଂ ଜାତୀୟ ନାୟକଙ୍କ ମଧ୍ୟରେ ଜଣେ ଥିଲେ। ଭାରତର ସ୍ୱାଧୀନତା ପାଇଁ ତାଙ୍କ ଯୋଗଦାନ ଏବଂ ବଳିଦାନ ଉପରେ ଭାରତ-ପାକିସ୍ତାନ ସମସ୍ତଙ୍କୁ ଗର୍ବ ଅଟେ। ହେଲେ ଆଜି ଆପଣ ଆମେ ଭଗତ ସିଂହଙ୍କ ବିଷୟରେ ଏପରି କିଛି କହିବାକୁ ଯାଉଛୁ, ଯେବେ ସେ ନିଜ ମାଆଙ୍କୁ କହିଥିଲେ, ‘ମେରୀ ମୌତ ହି ମେରୀ ଦୁଲ୍‌ହନ ହୋଗୀ।’ ଅର୍ଥାତ ମୋ ମୃତ୍ୟୁ ହିଁ ମୋ ପତ୍ନୀ ହେବ।

ଭଗତ ସିଂହଙ୍କ ଏପରି କିଛି ବୈପ୍ଳବିକ କାହାଣୀ ଅଛି, ଯାହାକୁ ଆପଣ ଶୁଣିବା ପରେ ଆପଣଙ୍କ ଆଖି ନାଲି ପଡିଯିବ। ଆମ ପରିବାର ଭଳି ଭଗତଙ୍କ ପରିବାରରେ ମଧ୍ୟ ବିବାହ ବିଷୟରେ ଚର୍ଚ୍ଚା ଚାଲେ। ହେଲେ ତାଙ୍କୁ ଦେଶପ୍ରେମ ଏତେ ଥିଲା ଯେ, ଯେତେବେଳେ ତାଙ୍କ ବିବାହ ବିଷୟରେ ଘରେ ଚର୍ଚ୍ଚା ଚାଲିଥିଲା, ସେ ଉତ୍ତରରେ କହିଥିଲେ ଯେ; ଯଦି ମୋ ବିବାହ ଇଂରେଜ ଶାସନକାଳରେ ହେବ, ତେବେ ମୋ ମୃତ୍ୟୁ ହିଁ ମୋ ପତ୍ନୀ ହେବ।

ସହିଦ ଭଗତ ସିଂହ ଯେତେବେଳେ ଜେଲରେ ଥିଲେ, ତାଙ୍କ ମାଆ ଭଗତ ସିଂହଙ୍କୁ ଭେଟିବାକୁ ଯାଇଥିଲେ। ସେତେବେଳେ ସେଠାରେ ସେ ବହୁତ ଜୋରରେ ହସୁଥିଲେ ଏବଂ କହୁଥିଲେ ଇଂରେଜ ମୋତେ ମାରି ଦେଲେ ବି ମୋ ଚିନ୍ତାଧାରାକୁ ମାରି ପାରିବେ ନାହିଁ। ସେମାନେ ମାରିଦେବେ ସତ, ହେଲେ ମୋ ଆତ୍ମାକୁ କେବେ ମାରିପାରିବେ ନାହିଁ।

Get real time updates directly on you device, subscribe now.