fbpx

ଡେରିଭେଟିଭ୍ ଟ୍ରେଡିଂ ଷ୍ଟ୍ରକଚରରେ ୬ଟି ପରିବର୍ତ୍ତନ କଲା SEBI: କଣ୍ଟ୍ରାକ୍ଟ ସାଇଜ୍ ୫ ଲକ୍ଷରୁ ୧୫ ଲକ୍ଷକୁ ବୃଦ୍ଧି ପାଇଲା

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଏହି ଅବସରରେ ଡେରିଭେଟିଭ୍ ଟ୍ରେଡିଂ ଷ୍ଟ୍ରକଚରରେ ୬ଟି ପରିବର୍ତ୍ତନ କରାଯାଇଛି । ଏହାଫଳରେ କଣ୍ଟ୍ରାକ୍ଟ ସାଇଜ୍ ୫ ଲକ୍ଷରୁ ୧୫ ଲକ୍ଷକୁ ବୃଦ୍ଧି ପାଇଛି । ଏଥିସହିତ ମାର୍ଜିନର ଆବଶ୍ୟକତା ବୃଦ୍ଧି କରିବା ବ୍ୟତୀତ କ୍ରେତାଙ୍କ ଠାରୁ ଅପ୍ସନ ପ୍ରିମିୟମ ଆଡଭାନ୍ସ ନେବାର ଉପାୟ ମଧ୍ୟ ସେଥିରେ ସାମିଲ ରହିଛି । କ୍ଷତିକୁ ନେଇ ପର୍ସନାଲ ଟ୍ରେଡର୍ସ ଚିନ୍ତାରେ ରହିଥିବା ବେଳେ ଏହାକୁ ନେଇ ସେବି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସେବିର ନିଷ୍ପତ୍ତି ଅନୁଯାୟୀ, ସାପ୍ତାହିକ ସେଟଲମେଣ୍ଟ ପ୍ରତି ଏକ୍ସଚେଞ୍ଜ ଏକ ବେଞ୍ଚମାର୍କ ପର୍ଯ୍ୟନ୍ତ ସୀମିତ ରହିବା ନେଇ ମଧ୍ୟ ଯୋଜନା କରାଯାଇଛି । ଏଥିସହିତ ପୋଜିସନ ଲିମିଟ ଉପରେ ଇନଟ୍ରାଡେ ଆଧାରରେ ନଜର ରଖିବା ଓ ସେଟଲମେଣ୍ଟ ଦିନ ପାଇଁ ଅଲଗା କ୍ୟାଲେଣ୍ଡର ବ୍ୟବସ୍ଥାକୁ ସମାପ୍ତ କରିବାକୁ ଉପାୟ ଗ୍ରହଣ କରାଯାଇଛି । ଏକ କୋଟିରୁ ଅଧିକ ବ୍ୟକ୍ତିଗତ ଏଫଆଣ୍ଡଓ ଟ୍ରେଡର୍ସଙ୍କ ମଧ୍ୟରୁ ୯୩ ପ୍ରତିଶତ ଟ୍ରେଡର୍ସ ଆର୍ଥିକ ବର୍ଷ ୨୦୨୧-୨୨ରୁ ୨୦୨୩-୨୪ ମଧ୍ୟରେ ପ୍ରତ୍ୟେକେ ୨ ଲକ୍ଷ ଲେଖାଏଁ କ୍ଷତି ସହିଥିଲେ । ନିକଟରେ ସେବି ପକ୍ଷରୁ କରାଯାଇଥିବା ଏକ ରିସର୍ଚ୍ଚରୁ ଏହା ସାମ୍ନାକୁ ଆସିଥିଲା । ଏହି ୩ ବର୍ଷର ଅବଧି ମଧ୍ୟରେ ବ୍ୟକ୍ତିଗତ ବ୍ୟବସାୟରେ ମୋଟ ୧.୮ ଲକ୍ଷ କୋଟିରୁ ଅଧିକ କ୍ଷତି ହୋଇଥିଲା । ଏଫଆଣ୍ଡଓରେ କ୍ଷତିରେ ଚାଲୁଥିବା ବ୍ୟକ୍ତିଗତ ନିବେଶକଙ୍କ ସଂଖ୍ୟା ବୃଦ୍ଧି ଉପରେ ରିପୋର୍ଟରେ ଫୋକସ୍ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ବଜାରର ଏଫଆଣ୍ଡଓ କ୍ୟାଟେଗୋରୀରେ ସହଭାଗିତା ଫଳରେ ଦେଶର ପରିବାରଙ୍କୁ ବାର୍ଷିକ ୬୦ ହଜାର କୋଟି ପର୍ଯ୍ୟନ୍ତ କ୍ଷତି ସହିବାକୁ ପଡ଼ୁଥିବା କିଛିଦିନ ତଳେ ସେବି ଅଧ୍ୟକ୍ଷା ମାଧବୀ ପୁରୀ ବୁଚ ସୂଚନା ଦେଇଥିଲେ ।

Get real time updates directly on you device, subscribe now.