fbpx

ଜନତାଙ୍କ ହିଁ ପ୍ରକୃତ କିଙ୍ଗ: ଆପଣମାନଙ୍କୁ କାହା ଶାସନ ଭଲ ଲାଗୁଛି, କାହା ଅମଳରେ ରାଜ୍ୟର ବିକାଶ ହେଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଣତନ୍ତ୍ରରେ ଜନତା ହିଁ ପ୍ରକୃତ କିଙ୍ଗ । ଜନତା ଚାହିଁଲେ ଗୋଟିଏ ଦଳକୁ ଦୀର୍ଘ ବର୍ଷ ଧରି ଶାସନ ଗାଦିରେ ବସାଇବେ ଓ ଜନତା ଚାହିଁଲେ ଗୋଟିଏ ଦଳକୁ କ୍ଷଣିକ ମଧ୍ୟରେ କ୍ଷମତାଚ୍ୟୁତ କରିପାରିବେ । ଗୋଟିଏ ଗୋଟିଏ ଭୋଟ ଏପରି ଭାବେ ୧୪୦ କୋଟି ଜନତା ସେମାନଙ୍କର ରାଜା ବା ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ବାଛିଥାନ୍ତି । ଆଜି ଯେଉଁ ଦଳ ଶାସନ ଗାଦିରେ ରହି ବାହାସ୍ଫୋଟ ମାରୁଛି ଜନତା ଚାହିଁଲେ ଆର ପାଳିକୁ ସେହି ଦଳକୁ ବିରୋଧୀ ଆସନରେ ବସାଇଦେବେ । ତେଣୁ ଜନତାଙ୍କ ଆଗରେ କୌଣସି ଦଳର ଗର୍ବ, ଅହଙ୍କାର ଚଳିବ ନାହିଁ ।

ତେବେ ଓଡ଼ିଶାର ଶାସନ ଉପରେ ଯଦି ଦୃଷ୍ଟି ପକାଇବା ତେବେ ରାଜ୍ୟକୁ ଦୀର୍ଘ ୨୪ ବର୍ଷ ଧରି ବିଜେଡି ଶାସନ କରୁଥିଲା । ନବୀନ ପଟ୍ଟନାୟକଙ୍କ ଅମଳରେ ରାଜ୍ୟରେ ଅନେକ ବିକାଶ ହୋଇଥିଲା । ପ୍ରାକୃତିକ ଦୁର୍ବିପାକ ସମୟରେ ନବୀନ ଯେଉଁ ଉଚ୍ଚକୋଟୀର କାର୍ଯ୍ୟ କରିଥିଲେ ତାହାକୁ ମିଳିତ ଜାତିସଂଘ ମଧ୍ୟ ଭୂୟଶୀ ପ୍ରଶଂସା କରିଥିଲା । ତେବେ ଦୀର୍ଘ ଦୁଇ ଦଶନ୍ଧି ଧରି ଶାସନ କରିବା ପରେ ବିଜେଡି ଶାସନର ଅନ୍ତ ଘଟାଇଥିଲେ ରାଜ୍ୟବାସୀ । ଏହାପରେ ରାଜ୍ୟରେ ବିଜେପି ପ୍ରଥମ ଥର ସରକାର ଗଠନ କରିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଏବେ ବିଜେପି ସରକାର ଅନେକ ଯୋଜନା ହାତକୁ ନେଇଛି । ରାଜ୍ୟକୁ ବିକାଶ ଦିଗରେ ଅଗ୍ରସର କରିବା ପାଇଁ ଭାଜପା ସରକାର ଅନେକ ସ୍ୱପ୍ନ ଦେଖିଛି ।

ଗଣତନ୍ତ୍ରରେ ସରକାର ଆସିବା ଯିବା ଏକ ସାଧାରଣ କଥା । ମାତ୍ର ସବୁଠାରୁ ବଡ଼ କଥା ହେଉଛି ରାଜ୍ୟ ତଥା ଦେଶର ବିକାଶ ହେବା ନିହାତି ଜରୁରୀ । କେଉଁ ନେତା ଭଲ କାମ କରୁନ୍ତି, କେଉଁ ଦଳ ଭଲ କାମ କରୁଛି, କେଉଁ ଦଳ ଜନତାଙ୍କ ଦୁଃଖ ବୁଝୁଛି ତାହାକୁ ଜନତା ଜାଣିବା ଦରକାର । ଜନତା କିଛି ଜାଣୁନାହାନ୍ତି ବୋଲି ଯେଉଁ ଦଳ ଭାବେ ସେ ଦଳ ତା’ର ଫଳ ସଠିକ୍ ସମୟରେ ପାଇଯାଇଥାଏ । ରାଜନେତ÷କ ଦଳମାନେ ଲୋକଙ୍କର ସେବା କରିବାକୁ ଆସିଥାନ୍ତି । ଦେଶ ଓ ରାଜ୍ୟର ବିକାଶ କରିବା ସେମାନଙ୍କର ପ୍ରଥମ କାର୍ଯ୍ୟ । ତେଣୁ ଏଠି ଯିଏ ଲୋକଙ୍କର ଦୁଃଖ ସମୟରେ ଛିଡ଼ା ହେବ, ବିକାଶ କରିବ ସେ ସର୍ବଦା ଜନତାଙ୍କ ହୃଦୟରେ ତିଷ୍ଠି ରହିବ ।

Get real time updates directly on you device, subscribe now.