fbpx

କୋଭିଡ଼ ନିୟମ ଉଲ୍ଲଙ୍ଘନ ନେଇ ୩ଟି ଶୋ ରୁମକୁ ଜୋରିମାନା

ଭୁବନେଶ୍ୱର, ୧ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି । କଟକଣା ଓ କୋଭିଡ଼ ନିୟମ ଉଲ୍ଲଙ୍ଘନ କରିଥବବାରୁ ୩ଟ ଶୋ ରୁମରୁ ଜୋରିମାନା ଆଦାୟ କରାଯାଇଛି । ଅଶୋକ ମାର୍କେଟରେ ବିଏମସି ଓ ବିଡ଼ିଏର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇଥିଲା । ମାକ୍ସ, ଶ୍ରୀଲେଦର୍ସ ଓ ପଣ୍ଡା ଟ୍ରାଭେଲ ମାର୍ଟରେ ଚଢ଼ାଉ କରାଯାଇଥିଲା । କୋଭିଡ଼ ଗାଇଡ଼ଲାଇନ ଉଲ୍ଲଙ୍ଘନ ଅଭିଯୋଗରେ ଚଢ଼ାଉ କରାଯାଇଥିଲା ।
ସେହିପରି ଜାଗମରାରେ ଚାଲୁଥିବା ଏକ ଜିମକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ନହରକଣ୍ଟାରେ ଥିବା ୨ଟି ହୋଟେଲରୁ ଜୋରିମାନା ଆଦାୟ କରାଯାଇଛି । ଏହାସହ ସୁନ୍ଦରପଦାରେ ଗୃହ ପ୍ରବେଶ ଉତ୍ସବ ବେଳେ କରୋନା ନିୟମ ଉଲ୍ଲଙ୍ଘନ କରିଥିବାରୁ ୭ହଜାର ଟଙ୍କାର ଜୋରିମାନା ପକାଇଛି ସ୍କ୍ୱାଡ଼ ।

Get real time updates directly on you device, subscribe now.