fbpx

ଆଗାମୀ 3 ଘଣ୍ଟା ପାଇଁ ସତର୍କବାଣୀ, ବୁଡିଯିବ 3 ଜିଲ୍ଲା! ୟେଲୋ ଓ୍ବାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟରେ ଜାରି ରହିବ ବର୍ଷା । ବିଜୁଳି, ଘଡଘଡି ସାଙ୍ଗକୁ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି । 3ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ପୁରୀ , ଜଗତସିଂହପୁର ଏବଂ କେନ୍ଦ୍ରାପଡା ଜିଲ୍ଲାରେ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପଟେ ଆଗାମୀ 3 ଘଣ୍ଟା ପାଇଁ ସତର୍କ ରହିବାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ଉତ୍ତର ବଙ୍ଗୋପସାଗରରେ ଓ ତାର ପାଶ୍ୱବର୍ତ୍ତୀ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା କାରଣରୁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହି 3 ଜିଲ୍ଲା ସହିତ ଢେଙ୍କାନାଳ, କଟକ, ଗଞ୍ଜାମ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ମୟୂରଭଂଜ ଓ କେନ୍ଦୁଝରରେ ହାଲୁକରୁ ମଧ୍ୟମଧରଣର ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ତେବେ ଗରମ ଗୁଳିଗୁଳିରେ ରାଜ୍ୟବାସୀ ଅତିଷ୍ଠ ହେଉଥିବା ବେଳେ କିଛି ମାତ୍ରାରେ ଆଶ୍ବସ୍ତି ମିଳିବା ନେଇ ଆଶା କରାଯାଉଛି ।

Get real time updates directly on you device, subscribe now.