ଦଶହରା ଛୁଟିରେ ବୁଲି ଆସିଥିଲେ ମାମୁଁଘର, ପୋଖରୀରେ ବୁଡି ଭାଇ-ଭଉଣୀ ମୃତ

ଭୁବନେଶ୍ବର: କାଳ ସାଜିଲା ମଙ୍ଗଳବାର । ଗାଧୋଇବା ପାଇଁ ଆସିଥିବା ବେଳେ ବୁଡିଗଲେ ଭାଇ ଭଉଣୀ । ପୋଖରୀରେ ବୁଡି ଭାଇଭଉଣୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଉଭୟଙ୍କର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ବାଲିଅନ୍ତା ଥାନା ସୁବାଳ ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତ ଭାଇଭଉଣୀଙ୍କର ବୟସ 12 ଏବଂ 8 ବର୍ଷ ହୋଇଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ଭାଇ ଭଉଣୀ ସାଙ୍ଗ ହୋଇ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ବେଳେ ହଠାତ୍ ସେଠାରେ ବୁଡି ଯାଇଥିଲେ । ପ୍ରଥମେ ପାଣିରେ ଭାଇ ବୁଡି ଯାଇଥିବା ବେଳେ ତାକୁ ଉଦ୍ଧାର କରିବା ପାଇଁ ଭଉଣୀ ମଧ୍ୟ ପାଣିକୁ ଡେଇଁ ପଡିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଣଷା କରିଥିଲେ । ତେବେ ଗୋଟିଏ ପରିବାରର ଦୁଇ ଛୁଆଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳ ସହିତ ପରିବାରରେ ଦୁଃଖର ଲହରୀ ଖେଳିଯାଇଛି । ସୂଚନା ଅନୁସାରେ, ଦୁହେଁ ମାମୁଁଘରକୁ ଦଶହରା ପାଇଁ ବୁଲିବାକୁ ଆସିଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.