ଯେତେଦିନ ଯାଏଁ ପାଣ୍ଡିଆନ ଥିବେ, ସେତେଦିନ ଯାଏଁ ବିଜେଡି ଆସିବ ନାହିଁ : ପାଟ୍ଟଶାଣୀ

ଭୁବନେଶ୍ବର(ଓଡିଶା ଭାସ୍କର): ପାଣ୍ଡିଆନଙ୍କୁ ନେଇ ସମାଲୋଚନା ଥମିବାର ନାଁ ନେଉନାହିଁ । ବିଜେଡି ପରାଜୟର କାରଣ ପାଣ୍ଡିଆନ ବୋଲି ଅନେକ ଦାବି କରୁଛନ୍ତି । ଅମର ଶତପଥିଙ୍କ ପରେ ଆଜି ମୁହଁ ଖୋଲି ବଡ ବୟାନ ଦେଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡିଲି ବୋଲି ସେ କହିଛନ୍ତି ।  ଯେତେଦିନ ପାଣ୍ଡିଆନ ଥିବେ ବିଜେଡି କେବେ ମଧ୍ୟ ସରକାରକୁ ଆସିପାରିବ ନାହିଁ ବୋଲି ସେ କହିଛନ୍ତି ।

ପାଟ୍ଟଶାଣୀଙ୍କ କହିବା ଅନୁସାରେ,“ଅମର ଶତପଥି ଯାହା କହିଛନ୍ତି କିଛି ବି ଖରାପ କହିନାହାନ୍ତି । ମୁଁ ପାଣ୍ଡିଆନ ପାଇଁ ହିଁ ଦଳ ଛାଡିଲି । ମୁଁ ବିଜେଡି ଲୋକ । ଦଳ ଗଢିକି ଛାଡିଲା ବେଳେ ବହୁତ ଦୁଃଖ ଲାଗେ । ମୁଁ କେବେ ବି ଦଳ ଛାଡିକି ଆସିନଥାନ୍ତି । କେବଳ ପାଣ୍ଡିଆନ ପାଇଁ ଦଳ ଛାଡିବା ପାଇଁ ବାଧ୍ୟ ହେଲି । ପାଣ୍ଡିଆନ ପାଇଁ ଲୋକପ୍ରିୟ ସରକାର ଚାଲିଗଲା । ମୋର ନବୀନ ଏବଂ ଦଳ ପ୍ରତି ଦୁର୍ବଳତା ରହିଛି । ଦଳ ହାରିବା ପରେ ଆଜି ଯାଏଁ କେହି ନବୀନଙ୍କୁ କିଛି କହୁନାହାନ୍ତି ବରଂ ପାଣ୍ଡିଆନଙ୍କୁ ହିଁ ଦାୟୀ କରୁଛନ୍ତି । ରାଜନୀତି କରିବା ପାଇଁ ଅନେର ଭଲ ଏବଂ ଜ୍ଞାନି ଲୋକ ରହିଛନ୍ତି । ପାଣ୍ଡିଆନ ପଛରେ ଧାଇଁଲେ କଣ ମିଳିବ । ”

ଏହାରି ଭିତରେ ଆଜି ପୁଣି ମୁହଁ ଖୋଲିଛନ୍ତି ବଡଚଣାର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅମର ଶତପଥୀ । ଆଗକୁ ଓଡିଶା ରାଜନୀତିରେ ଅନେର ବଡ ଘଟଣା ଘଟିବାକୁ ଯାଉଛି ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, “ମୁଁ ପୂର୍ବରୁ ଯେଉଁ ବୟାନ ଦେଇଥିଲି ତାତୁ ଅନେକ ବିଜେଡି ବନ୍ଧୁ ସମର୍ଥନ କରୁଛନ୍ତି । ସେମାନେ ଖୋଲାଖୋଲି ଭାବେ କିଛି କହୁନଥିଲେ ହେଁ ଦଳ ସଜଡା ଯାଉ ବୋଲି ସେମାନଙ୍କର ଇଚ୍ଛା । ବିଜେଡି ପରିସ୍ଥିତିର ସୁବିଧା ନେଇ ଦଳୀୟ ସମର୍ଥନ ପାଇଛି । ଆଗକୁ ଯିବା ପାଇଁ ବର୍ତ୍ତମାନ ବିଜେପି ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି । ରାଜନୈତିକ ଦୃଶ୍ୟପଟ୍ଟରେ ଅନେକ ଘଟଣା ଘଟିବାକୁ ଯାଉଛି ।”

Get real time updates directly on you device, subscribe now.