ସାବଧାନ! ମାଡି ଆସୁଛି 1999 ଠାରୁ ବି ଭୟଙ୍କର ବାତ୍ୟା, 24 ତାରିଖରେ ଓଡିଶା ଉପକୂଳ ଛୁଇଁପାରେ…

ଭୁବନେଶ୍ବର: ରାଜ୍ୟକୁ ପୁଣି ଘାରିଲା ବାତ୍ୟା ଭୟ । ପୁଣି ଏକ ଲଘୁଚାପ ଆସିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନିଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏହା ଘନିଭୂତ ହୋଇ ବାତ୍ୟାରେ ପରିଣତ ହୋଇପାରେ ବୋଲି ଜିଏଫଏସ ମଡେଲ ଦର୍ଶାଇଛି । ବାତ୍ୟା ବଡ ନହେଲେ ବି ଛୋଟ ଧରଣର ବାତ୍ୟା ହୋଇପାରେ ଆକଳନ କରାଯାଇଛି ।

ଜିଏଫଏସ ମଡେଲର ଆକଳନ ଅନୁସାରେ, ଏହା ସମୁଦ୍ରରେ ଥିଲା ବେଳେ ବାତ୍ୟାର ରୂପ ନେବ । ତେବେ ଉପକୂଳକୁ ଆସିଲା ବେଳେକୁ ଏହା ଦୁର୍ବଳ ହୋଇଯିବ । କିନ୍ତୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ହୋଇପାରେ । 24 ତାରିଖରେ ଏହା ଓଡିଶା ଉପକୂଳ ଛୁଇଁବା ନେଇ ଆକଳନ କରାଯାଇଛି । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳ କହିଛନ୍ତି, 21 ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । 22 ତାରିଖରେ ଲଘୁଚାପ ଏବଂ 23 ତାରିଖରେ ଅବପାତର ରୂପ ନେଇପାରେ । ତେବେ ଯଦି ଏହା ଓଡିଶା ଉପକୂଳ ଦେଇ ଯିବ ଓଜିଶା ଉପକୂଳ ଦେଇ ଗଲେ ପ୍ରବଳ ବର୍ଷା ହେବ । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲା ପରେ ଏହାର ଗତିବିଧି ଆକଳନ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.