କାର୍ତ୍ତିକ ମାସର ପ୍ରଥମ ଦିନ ଏହି ୫ ରାଶିଙ୍କର ଚମକିବ ଭାଗ୍ୟ, ବର୍ଷିବ ମାଆ ଲକ୍ଷ୍ମୀଙ୍କ କୃପା

ଓଡ଼ିଶା ଭାସ୍କର: ଆଜି କାର୍ତ୍ତିକ ମାସର ପ୍ରଥମ ଦିନ । ଧାର୍ମିକ ମାସରେ ଲୋକେ କାର୍ତ୍ତିକ ବ୍ରତ ପାଳନ କରନ୍ତି । ଏଥିସହ ଗୁରୁବାର ଦିନ ମାଆ ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ୱାରା ମିଳିଥାଏ ଅନେକ କୃପା । ତେବେ ଆଜିର ଦିନ କିଛି ରାଶିମାନଙ୍କ ପାଇଁ ବିଶେଷ ଭାବେ ଶୁଭ ରହିଛି । ଗ୍ରହର ସ୍ଥିତି ଏହି ରାଶିମାନଙ୍କ ସମସ୍ୟାର ସମାଧାନ, ସମୃଦ୍ଧି ଏବଂ ଖୁସି ସହ ଭରି ଦେବ । ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି କିଏ..

ମେଷ:ଏହି ଦିନ ମେଷ ରାଶିମାନଙ୍କ ପାଇଁ ଧନ ଏବଂ କ୍ୟାରିୟର ସହ ଜଡିତ ମାମଲାରେ ସଫଳତାର ଯୋଗ ସୃଷ୍ଟି ହେଉଛି । ଯଦି ଆପଣ କିଛି ବ୍ୟବସାୟ ଆରମ୍ଭ କରିବାକୁ ଭାବିଛନ୍ତି ତେବେ ଏହି ସମୟ ଆପଣଙ୍କ ପାଇଁ ଶୁଭ ରହିବ । ଅନେକ ପୁରୁଣା ବିବାଦର ମଧ୍ୟ ସମାଧାନ ହେବ ।

ମୀନ: ଏହି ଦିନ ଆପଣଙ୍କ ପାଇଁ ଶୁଭ ରହିବ । ପାରିବାରିକ ସଂପର୍କ ଉତ୍ତମ ରହିବ ଏବଂ ସାଙ୍ଗମାନଙ୍କ ସହ ସମୟ ବିତାଇବା ଆପଣଙ୍କୁ ଶାନ୍ତି ଦେବ । ଆପଣଙ୍କୁ ଏକ ନୂଆ ପରିଚୟ ମିଳିବ ଏବଂ ଆପଣଙ୍କୁ କୌଣସି ଏକ ବିଶେଷ କାର୍ଯ୍ୟରେ ସଫଳତା ମିଳିପାରେ ।

କର୍କକ: ଏହି ରାଶିର ଲୋକଙ୍କ ପାଇଁ ଆଜିର ଦିନ ଶୁଭମୟ ରହିବ । ଆର୍ଥିକ କ୍ଷେତ୍ରରେ ଥିବା ସମସ୍ୟ ଦୂର ହେବ ଏବଂ ପୁରୁଣା ନିବେଶରେ ଭଲ ଲାଭ ମିଳିବ । ପରିବାରରେ ମଧ୍ୟ ସୁଖ-ଶାନ୍ତିର ପରିବେଶ ରହିବ।

କନ୍ୟା: ଆପଣଙ୍କ ପାଇଁ ଏହି ଦିନ ନୂଆ ଅବସର ସୃଷ୍ଟି କରୁଛି । ଆପଣଙ୍କ ପରିଶ୍ରମ ପାଇଁ ଆପଣଙ୍କୁ ପ୍ରମୋଶନ ମିଳିବ । ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିବ, ଯାହା ପାଇଁ ଆପଣ ନିଜ କାର୍ଯ୍ୟ ସଠିକ ଭାବେ କରିପାରିବେ ।

ମକର: କର୍ମକ୍ଷେତ୍ରରେ ଆପଣଙ୍କୁ ପ୍ରମୋଶନ ମିଳିପାରେ । ୧୨ ଅକ୍ଟୋବରଠାରୁ ଏହି ରାଶିମାନଙ୍କର ଶୁଭ ଯୋଗ ସୃଷ୍ଟି ହୋଇଛି । ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୂରଣ ହୋଇପାରେ । ଏଥିରେ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ ।

Get real time updates directly on you device, subscribe now.