ଧନତେରସର ଏହି ଶୁଭ ମୁହୂର୍ତ୍ତରେ କରନ୍ତୁ ଲକ୍ଷ୍ମୀ-କୁବେର ଏବଂ ଧନ୍ୱନ୍ତରୀଙ୍କ ପୂଜା, ଜାଣନ୍ତୁ ସଠିକ ସମୟ

ଓଡ଼ିଶା ଭାସ୍କର: ଦୀପାବଳିକୁ ହିନ୍ଦୁମାନଙ୍କ ମୁଖ୍ୟ ପର୍ବ କୁହାଯାଏ। ଏହି ପର୍ବର ଆରମ୍ଭ ଧନ୍ୱନ୍ତରୀ ପର୍ବଠାରୁ ହୋଇଥାଏ। ଦେଶର ଅନେକ ସ୍ଥାନରେ ଦିପାବଳୀର ପର୍ବ ୫ଦିନ ପାଳନ କରାଯାଏ। ଏହି ପାଞ୍ଚ ଦିନ ପର୍ଯ୍ୟନ୍ତ ଦେବା-ଦେବୀଙ୍କୁ ପୂଜା କରିବା ସହ ଦୋକାନରେ ଦୀପ ଜାଳିବା ମଧ୍ୟ ଶୁଭ ହୋଇଥାଏ। ଦୀପାବଳିର ପ୍ରଥମ ଦିନ ଧନତେରସ ଏବଂ ଛୋଟ ଦୀପାବଳି, ବଡ ଦୀପାବଳି, ଗୋବର୍ଦ୍ଦନ ପୂଜା ଏବଂ ଶେଷରେ ଭାଇ ଦୁଜା ପର୍ବ ପାଳନ କରାଯାଇଥାଏ।

ଦୀପାବଳିର ପୂର୍ବ ଦିନ ଅର୍ଥାତ ଧନର ଦେବୀ ମାଆ ଲକ୍ଷ୍ମୀ, ଧନର ଦେବତା କୁବେର ଏବଂ ଆୟୁର୍ବେଦର ଦେବତା ଧନ୍ୱନ୍ତରୀଙ୍କ ପୂଜା କରାଯାଇଥାଏ। ଆସନ୍ତୁ ଜାଣିବା ଚଳିତ ବର୍ଷ ଧନତେରସର ପର୍ବ କେଉଁ ଦିନ ପାଳନ କରାଯିବ। ଏଥିସହ ମାଆ ଲକ୍ଷ୍ମୀ, କୁବେର ଏବଂ ଧନ୍ୱନ୍ତରୀଙ୍କ ପୂଜାର ଶୁଭ ମୁହୂର୍ତ୍ତ ବିଷୟରେ ଆସନ୍ତୁ ଜାଣିବା..

ତ୍ରୟଦଶୀ ତିଥିରେ ଧନ୍ୱନ୍ତରୀ ପର୍ବ ପାଳନ କରାଯାଇଥାଏ। ଏଥର ତ୍ରୟଦଶୀ ତିଥିର ଆରମ୍ଭ ୨୯ ଅକ୍ଟୋବର ସକାଳ ୧୦ଟା ୩୧ ମିନିଟରେ ହେବ। ଯାହାର ସମାପନ ତା’ପର ଦିନ ୩୦ ଅକ୍ଟୋବରର ଦ୍ୱିପ୍ରହର ୧ଟା ୧୫ ମିନିଟରେ ହେବ। ଉଦୟାତିଥି ଆଧାରରେ ୨୯ ଅକ୍ଟୋବର ୨୦୨୪ର ଧନତେରସ ପର୍ବ ପାଳନ କରାଯିବ। ଧନତେରସର ଆଗାମୀ ଦିନ ୩୦ ଅକ୍ଟୋବରରେ ସାନ ଦୀପାବଳି ପାଳନ କରାଯିବ ଏବଂ ୩୧ ତାରିଖରେ ବଡ଼ ଦୀପାବଳି ପାଳନ କରାଯିବ।

ପଞ୍ଚାଙ୍ଗ ଅନୁସାରେ, ଚଳିତ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷର ଅମାବାସ୍ୟା ତିଥିର ଆରମ୍ଭ ୩୧ ଅକ୍ଟୋବର ଗୁରୁବାର ଦ୍ୱିପ୍ରହର ୩ଟା ୫୨ ମିନିଟରୁ ହେଉଛି। ଏହାର ସମାପନ ୧ ନଭେମ୍ବର ସଂଧ୍ୟା ୬ଟା ୧୬ମିନିଟରେ ହେବ।

ଧନତେରସରେ ଧନର ଦେବୀ ମାଆ ଲକ୍ଷ୍ମୀ ଏବଂ ଧନ୍ୱନ୍ତରୀଙ୍କ ପୂଜାର ଶୁଭ ମୁହୂର୍ତ୍ତ ସଂଧ୍ୟାା ୬ଟା ୩୦ମିନିଟରୁ ରାତି ୮ଟା ୧୨ ମିନିଟ ପର୍ଯ୍ୟନ୍ତ ରହିଛି। ୨୯ ଅକ୍ଟୋବରରେ ଶ୍ରୀ କୁବେରଙ୍କ ପୂଜାର ମୁହୂର୍ତ୍ତ ସଂଧ୍ୟା ୭ଟା ୧୫ ମିନିଟରୁ ୮ଟା ୨୫ ମିନିଟ ପର୍ଯ୍ୟନ୍ତ ରହିଛି। ଦୀପାବଳି ୩୧ ଅକ୍ଟୋବର ୨୦୨୪ରେ ସ୍ରୀ ଲକ୍ଷ୍ମୀ ମାଆଙ୍କୁ ପୂଜା କରିବାର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ସଂଧ୍ୟା ୬ଟା ୨୫ମିନିଟରୁ ନେଇ ରାତି ୮ଟା ୨୦ ମିନିଟ ପର୍ଯ୍ୟନ୍ତ ରହିଛି।