ନୂଆଦିଲ୍ଲୀ: ନୀଟ-ୟୁଜି ୨୦୨୪ ପରୀକ୍ଷାର ପେପର ଲିକ୍ ମାମଲାକୁ ନେଇ ସାରା ଦେଶରେ ବେଶ୍ ବିବାଦ ସୃଷ୍ଟି ହୋଇଥିଲା । ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଓ ଏକ୍ସପର୍ଟ ପ୍ୟାନେଲ ସହ ଆଲୋଚନା ଚାଲିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ତେବେ ପେନ-ପେପର ବଦଳରେ ନୀଟ-ୟୁଜି ୨୦୨୫ ପରୀକ୍ଷା ଅନଲାଇନ୍ ବା କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି) ମୋଡ଼ରେ ହୋଇପାରେ ।
ଏକ ରିପୋର୍ଟ ମୁତାବକ, ନ୍ୟାସନାଲ ଯୋଗ୍ୟତା କମ୍ ପ୍ରବେଶିକା ପରୀକ୍ଷା ଅଣ୍ଡର ଗ୍ରାଜୁଏଟ ବା ନୀଟ ୟୁଜି ପରୀକ୍ଷା ଏବେ ପେନ-ପେପର ବଦଳରେ ଅନଲାଇନ୍ ବା ସିବିଟି ମୋଡ଼ରେ ହୋଇପାରେ । ନୀଟ ୟୁଜି ଅନଲାଇନ୍ ସିବିଟି ମୋଡ଼ରେ ହୋଇପାରେ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିବା କିଛି ଗଣମାଧ୍ୟମ ୱେବସାଇଟରେ ରିପୋର୍ଟ ପ୍ରକାଶ ପାଇଛି । ଏଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଏନଟିଏ ଓ ପରୀକ୍ଷା ସୁଧାର ପାଇଁ ଏକ୍ସପର୍ଟ ପ୍ୟାନେଲଙ୍କ ପରାମର୍ଶ ନିଆଯାଉଥିବା ସେ କହିଛନ୍ତି ।