ଇସଲାମାବାଦ୍: କିଛିଦିନ ହେବ ପାକିସ୍ତାନ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି । କାରଣ ଇମ୍ରାନ୍ ଖାନ୍ଙ୍କ ଦଳ ପାକିସ୍ତାନ ତେହରିକ୍ ଇ. ଇସଲମାନ (ପିଟିଆଇ)ର ସମର୍ଥକ ଏବେ ରାଜରାସ୍ତାରେ । ଇମ୍ରାନଙ୍କୁ ଜେଲରୁ ବାହାର କରିବା ଦାବି ରଖି ରାସ୍ତାରେ ଆନେ୍ଦାଳନ କରୁଛନ୍ତି ତାଙ୍କ ସମର୍ଥକ । ଶେହବାଜ ଶରିଫଙ୍କ ନିଦେ୍ର୍ଦଶକ୍ରମେ ସ୍ଥାନେ ସ୍ଥାନେ ସେନା ଛାଉଣି କରାଯାଇଛି । ଏ ବିଶୃଙ୍ଖଳା ଭିତରେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଏହି ଭିଡିଓକୁ ପିଟିଆଇ ଏକ୍ସରେ ଶେୟାର କରିଛି । ଶେୟାର ଭିଡିଓରେ ଜଣେ ଯୁବକ କଣ୍ଟେନରରେ ବସି ନମାଜ୍ ପାଠ କରୁଥିଲେ । ତାଙ୍କ ନିକଟରେ ତିନିଜଣ ସେନା ଯବାନ ଛିଡ଼ା ରହିଥିବାବେଳେ ସେମାନଙ୍କ ଭିତରୁ ଜଣେ ଯବାନ ଉକ୍ତ ଯୁବକଙ୍କୁ ଗୋଇଠାମାରୁଥିବାର ଦେଖିବାକୁ ମିଳିଥିଲା । ପୋଲିସର ବର୍ବରତା ସେତିକିରେ ସରି ନ ଥିଲା । ଏହାପରେ ସେମାନେ ଯୁବକଙ୍କୁ ଧକ୍କା ଦେଇ କଣ୍ଟେନର ତଳକୁ ପେଲି ଦେଇଥିବାର ଭିଡିଓରେ ଦେଖିବାକୁ ମିଳିଛି ।
An innocent, unarmed protester was seen praying on a container when an armed paramilitary officer brutally pushed him off from a height equivalent to three stories. It remains unclear if he survived the fall. This horrifying act shows the sheer brutality and fascism of this… pic.twitter.com/gljC6W941D
— PTI (@PTIofficial) November 26, 2024
ଇମ୍ରାନଙ୍କ ନିଦେ୍ର୍ଦଶକ୍ରମେ ତାଙ୍କ ସମର୍ଥକ ଇସଲାମାବାଦ୍ ଡି-ଚୌକ ଆଡକୁ ମାଡ଼ିଆସୁଛନ୍ତି । ସେମାନଙ୍କୁ ଅଟକାଇବା ପାଇଁ ରାସ୍ତାରେ ବଡ଼ ବଡ଼ କଣ୍ଟେନର ରଖାଯାଇଛି । ଏହାବ୍ୟତୀତ ଶେହବାଜଙ୍କ ସରକାର ପୋଲିସକୁ ସୁଟ୍-ଆଟ୍-ସାଇଟ୍ର ନିଦେ୍ର୍ଦଶ ଦେଇଛନ୍ତି । ପ୍ରଦର୍ଶନକାରୀଙ୍କ ଉପରେ ସେନାର ଅମାନୁସିକ ଅତ୍ୟାଚାର ବଢ଼ିବାରେ ଲାଗିଛି । ମିଡିଆ ରିପୋର୍ଟ ମୁତାବକ, ବର୍ତ୍ତମାନ ସୁଦ୍ଧା ସେନା ସହ ଧସ୍ତାଧସ୍ତିରେ ପିଟିଆଇର ଏକାଧିକ ସମର୍ଥକଙ୍କ ଜୀବନ ଚାଲଯାଇଛି । ଇସଲାମାବଦ୍ର ଡି-ଚୌକରେ ପାକିସ୍ତାନ ସଂସଦ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଥିବାରୁ ପିଟିଆଇ ସମର୍ଥକ ତାକୁ ଘେରିବାକୁ ଚାହୁଁଛନ୍ତି । କିନ୍ତୁ ପୋଲିସ ସେମାନଙ୍କୁ ଆଗକୁ ବଢ଼ିବାକୁ ଦେଉନି । ଇମ୍ରାନଙ୍କ ସ୍ତ୍ରୀ ବୁଶରା ବିବି ମଧ୍ୟ ଏ ଆନେ୍ଦାଳନର ଅଂଶ ପାଲଟିଛନ୍ତି ।