ଭୁବନେଶ୍ୱର,୧୭/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢି ବଢି ଚାଲିଥିବା ବେଳେ ଭୁବନେଶ୍ବର ୟୁନିଟ୍-୪ ମାର୍କେଟ୍ ଆଜି ବନ୍ଦ ହୋଇଛି । ଏକାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନେଇଛି ପ୍ରଶାସନ । ପରବର୍ତ୍ତୀ ନିଷ୍ପତ୍ତି ଯାଏ ୟୁନିଟ୍-୪ ମାର୍କେଟ୍ ବନ୍ଦ ରହିବ ବୋଲି କୁହାଯାଇଛି।