‘ମହାକୁମ୍ଭ ରୂପରେ ସାରା ଦୁନିଆ ଭାରତ ଦର୍ଶନ କଲା’, ଲୋକସଭାରେ ପିଏମ ମୋଦୀ କହିଲେ ଏହି ବଡ଼ କଥା
ପିଏମ ମୋଦୀ ଲୋକସଭାରେ କହିଛନ୍ତି ଯେ, ସାରା ଦୁନିଆ ଭାରତ ଦର୍ଶନ କଲା
ନୂଆଦିଲ୍ଲୀ: ପିଏମ ମୋଦୀ ଲୋକସଭାରେ ନିଜ ସମ୍ବୋଧନରେ କହିଛନ୍ତି ଯେ, ମୁଁ ପ୍ରୟାଗରାଜରେ ହୋଇଥିବା ମହାକୁମ୍ଭରେ ବକ୍ତବ୍ୟ ଦେବା ଲାଗି ଉପସ୍ଥିତ ରହିଛି ।
ଆଜି ମୁଁ ଗୃହରେ ସାରା ଦେଶବାସୀଙ୍କୁ କୋଟି କୋଟି ପ୍ରଣାମ ଜଣାଉଛି, ଯେଉଁମାନଙ୍କ ପାଇଁ ମହାକୁମ୍ଭ ଆୟୋଜନ ସଫଳ ହୋଇଛି । ମହାକୁମ୍ଭର ସଫଳତାରେ ଅନେକ ଲୋକଙ୍କର ହାତ ରହିଛି । ମୁଁ ସରକାର, ସମାଜର ସମସ୍ତ କର୍ମୀମାନଙ୍କର ଅଭିନନ୍ଦନ ଜଣାଉଛି ।
ପିଏମ ମୋଦୀ କହିଛନ୍ତି ଯେ, ପୂରା ବିଶ୍ୱ ମହାକୁମ୍ଭ ରୂପରେ ବାରତର ବିରାଟ ସ୍ୱରୂପ ଦର୍ଶନ କଲା । ସମସ୍ତଙ୍କ ଚେଷ୍ଟାର ଏହା ସାକ୍ଷାତ ସ୍ୱରୂପ ।
ଏହା ଜନତା ଜନାର୍ଦ୍ଦନଙ୍କ, ଜନତା ଜନାର୍ଦ୍ଦନଙ୍କ ସଂକଳ୍ପ ପାଇଁ, ଜନତା ଜନାର୍ଦ୍ଦନଙ୍କ ଶ୍ରଦ୍ଧାରେ ପ୍ରେରିତ ଥିଲା ମହାକୁମ୍ଭ । ମହାକୁମ୍ଭରେ ଆମେ ଆମର ଜାତୀୟ ଚେତନା ଜାଗରଣର ବିରାଟ ଦର୍ଶନ କରିଛୁ ।