Breaking: କଂଗ୍ରେସର ନିଆରା ପ୍ରତିବାଦ: ମହାଦେବଙ୍କ ପୂଜା କଲେ ଭାଲୁ ନନା, ସାମିଲ ହେଲେ ନିଲମ୍ବିତ ବିଧାୟକ

ଭୁବନେଶ୍ୱର: କଂଗ୍ରେସର ପ୍ରତିବାଦ ଜାରି । ମନ୍ଦିରରେ ପୂଜାର୍ଚ୍ଚନା କରି ନିଆରା ଢଙ୍ଗରେ ପୂଜାର୍ଚ୍ଚନା କଲେ କଂଗ୍ରେସ ବିଧାୟକ ।

ବିଧାନସଭାରୁ ନିଲମ୍ବିତ କଂଗ୍ରେସ ବିଧାୟକ କଲେ ପୂଜା । ଶିବ ମନ୍ଦିରରେ ପୂଜା କରି ପ୍ରତିବାଦ ପ୍ରଦର୍ଶନ କଲା କଂଗ୍ରେସ । ମନ୍ଦିରରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀ (ଭାଲୁ ନନା)ପୂଜା କରୁଥିବାର ଦେଖିବାକୁ ମିଳିଛି ।

ଗତକାଲି କଂଗ୍ରେସ ବିଧାନସଭା ଘେରାଉ ନେଇ ଘୋଷଣା କରିଥିଲା । ହଜାର ସଂଖ୍ୟାରେ ଲୋକ ଲୋୟର ପିଏମଜିରେ ଏକାଠି ହୋଇଥିଲେ ।

ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେବାରୁ ଉଭୟ ପକ୍ଷର ଲୋକେ ଆହତ ହୋଇଛନ୍ତି ।

ବିଧାନସଭାରେ ବିଶୃଙ୍ଖଳା ଆଚରଣ ପାଇଁ ଏହି ବିଧାୟକମାନଙ୍କୁ ୭ଟି କାର୍ଯ୍ୟ ଦିବସରୁ ନିଲମ୍ବନ କରାଯାଇଛି । କଂଗ୍ରେସର ସବୁ ୧୪ ଜଣ ବିଧାୟକଙ୍କୁ ନିଲମ୍ବନ କରାଯାଇଛି ।