Breaking: ଓଡ଼ିଶା କୃଷକ ଯିବେ ସୁଦୂର ମାଲେସିଆ, ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମର କଲେ ଉଦ୍ଘାଟନ

ଭୁବନେଶ୍ୱର: ଓଡିଶା ଚାଷୀଙ୍କୁ ମାଲେସିଆ ବୁଲାଇବ କୃଷି ବିଭାଗ । ୮ ଦିନିଆ ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ ।

ବିଭିନ୍ନ ଅଞ୍ଚଳର ୧୪ ଚାଷୀ ଓ ୧୪ ଅଧିକାରୀ ମାଲେସିଆ ଯିବେ । କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିବ ନାବାର୍ଡ ଓ ବିଶ୍ୱ ବ୍ୟାଙ୍କ ।

ପତକା ଦେଖାଇ କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେବ । ଛତୁ ଉତ୍ପାଦନ, ଆଧୁନିକ ଉଦ୍ୟାନ କୃଷି ପ୍ରଣାଳୀ ଶିଖିବେ ଚାଷୀ ।