ଯାହା ଭାବିଥିଲେ ତାହା କଲେ.. ଅପରେସନ ସିନ୍ଦୂରରେ ପୂରଣ ହେଲା ଭାରତର ଏହି ୩ଟି ଉଦ୍ଦେଶ୍ୟ
ଅପରେସନ ସିନ୍ଦୁର ପରେ, ଭାରତର ପୂରଣ ହେଲା ଏହି ଉଦ୍ଦେଶ୍ୟ
ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ଭାରତ ଅପରେସନ ସିନ୍ଦୂର ଲଞ୍ଚ କରି ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା ଏବଂ ଆତଙ୍କବାଦୀଙ୍କୁ ସଫା କରିଥିଲା । ଏହାପରେ ପାକିସ୍ତାନର ଆକ୍ରମଣକୁ ଭାରତ କଡ଼ା ଜବାବ ଦେଇଛି ।
ପାକିସ୍ତାନ ଡ୍ରୋନ ଏବଂ ମିସାଇଲରେ ହମଲା କରିବାର ପ୍ରୟାସ କରିଥିଲା, ହେଲେ ଭାରତ ତାକୁ ସଫଳ ହେବାକୁ ଦେଇନଥିଲା ଏବଂ ପାକିସ୍ତାନର ମୁଖ୍ୟ ଏୟାରବେସକୁ ମିସାଇଲରେ ଧ୍ୱଂସ କରିଦେଇଥିଲା । ଏହାରି ମଧ୍ୟରେ ଭାରତ ନିଜ ଉଦ୍ଦେଶ୍ୟକୁ ପୂରଣ କରିଥିବା କଥା ସ୍ପଷ୍ଟ କରିଛି ।
୧) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମାଟିରେ ମିଶାଇଦେବୁ, ଏହା ସତ ପ୍ରମାଣିତ ହୋଇଛି । ଭାରତୀୟ ସେନା ପାକିସ୍ତାନ ସ୍ଥିତ ବହାଲପୁର, ମୂରିଦକେ ଏବଂ ମୁଜଫ୍ଫରାବାଦ ଭଳି ଆତଙ୍କବାଦୀଙ୍କ ଆଡ୍ଡାକୁ ସଠିକ ଆକ୍ରମଣ ମାଧ୍ୟମରେ ଧ୍ୱଂସ କରିଛି । ଅନେକ ଦିନରୁ ଏହା ଭାରତ ବିରୋଧୀ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ଥିଲା ।
୨) ସରକାର ସ୍ପଷ୍ଟ କରିଛନ୍ତି ଯେ, ସୀମା ପାର ଆତଙ୍କବାଦୀ ଜାରି ରହିବା ପର୍ଯ୍ୟନ୍ତ ସିନ୍ଧୁ ଜଳଚୁକ୍ତିକୁ ସ୍ଥଗିତ ରଖାଯିବ । ଏହି ପଦକ୍ଷେପ ପାକିସ୍ତାନ ସଙ୍ଗେ କୂଟନୈତିକ ପ୍ରଭାବକୁ ପ୍ରୋତ୍ସହିତ କରିବା ।
୩) ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନରେ ସୁରକ୍ଷାକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ପଶିକି ମାରିବୁ ଭଳି ରଣନୀତିରେ ଭାରତ ଏହା ସ୍ପଷ୍ଟ କରିଛି ଯେ, ବର୍ତ୍ତମାନ ବଞ୍ଚାଇବା ନୁହେଁ, କେବଳ ହମଲା ତା’ର ନୂଆ ନୀତି ।